ଏଇ ଦଶହରାରେ ଜୀ ସାର୍ଥକରେ ଦେଖନ୍ତୁ ସୁପର ଡୁପର ହିଟ ଓଡିଆ ଫିଲ୍ମ ‘ଦଶମ’ – ଆସନ୍ତା ୨୮ ସେପ୍ଟେମ୍ବର ସନ୍ଧ୍ୟା ୬.୩୦ରେ 

0

ଜୀ ସାର୍ଥକର ନିଜର ମନୋରଞ୍ଜନ ଭିତ୍ତିକ କାର୍ଯ୍ୟକ୍ରମ ଓ ଦମଦାର ଫିଲ୍ମ ମାନଙ୍କ ସହିତ ଓଡିଆ ଦର୍ଶକଙ୍କ ଘରେ ଘରେ ପହଞ୍ଚି ପାରିଛି, ଯେଉଁଥିପାଇଁ ଆଜି ଓଡ଼ିଶାର ୧ ନମ୍ବର ମନୋରଞ୍ଜନ ଚ୍ଯାନେଲ ହୋଇପାରିଛି । ଚ୍ଯାନେଲର ଏକାଧିକ ଫିଲ୍ମ ସଫଳତା ସାଉଁଟିଛି, ସେହିପରି ଦଶମ ଶ୍ରେଣୀର ଅନୁଭୂତି ସବୁ ଏକାଠି କରି ଏକ ଭିନ୍ନ କାହାଣୀ ନେଇ ଆସିଛି ରାଜା ଡିଙ୍କ ନିର୍ଦ୍ଦେଶନା ରେ ଓଡିଆ ଫିଲ୍ମ ‘ଦଶମ’ ଯାହା ଟେଲିକାଷ୍ଟ ହେବ ଏଇ ଦଶହରାରେ ଜୀ ସାର୍ଥକରେ ଆସନ୍ତା ୨୮ ସେପ୍ଟେମ୍ବର ସନ୍ଧ୍ୟା ୬.୩୦ରେ ।

ପରମ୍ପରା ଏବଂ ଭୟର ଆବଦ୍ଧ ସମାଜରେ, ‘ଦଶମ’ ହେଉଛି ପ୍ରତ୍ୟେକ ଛାତ୍ରଙ୍କ ମାନସିକ ଏବଂ ଭାବପ୍ରବଣତା ରହିତ ଯାତ୍ରାର କାହାଣୀ । ପୁଣି ଏହି ଫିଲ୍ମଟି ହେଉଛି ପ୍ରଥମ ଓଡ଼ିଆ ମ୍ୟୁଜିକାଲ ଫିଲ୍ମ ଯେଉଁଥିରେ ବାବୁଶାନ୍ ମଧ୍ୟ ଏକ ପ୍ରମୁଖ ଗୀତରେ କଣ୍ଠଦାନ କରିଛନ୍ତି ।

ଫିଲ୍ମରେ ଶୈଳେନ୍ଦ୍ର ସାମନ୍ତରାୟ, ଆକାଶ ହୋତା, ଫନୀ ପ୍ରତିକ, ଅର୍ମାନ ମହାନ୍ତି, ଜଣ୍ଟି, ସିମ୍ରନ, ନୀଲାଖି, ସୁମନ ପଟ୍ଟନାୟକଙ୍କ ସମେତ ଅଭିଜ୍ଞ ରବି ମିଶ୍ର ଏବଂ ସୁଶାନ୍ତ ଦାସ ମହାପାତ୍ର ପ୍ରମୁଖ ବିଭିନ୍ନ ଚରିତ୍ରରେ ଦେଖିବାକୁ ମିଳିଛି । ସ୍କୁଲ ବେଳର କିଛି ଖଟା ମିଠା କଥା, ଦଶମ ଶ୍ରେଣୀ ର କିଛି ଅନୁଭୂତି କୁ ନେଇ ଫିଲ୍ମ ହଲରେ ବହୁତ ଭଲ ପ୍ରଦର୍ଶନ କରିଥିଲା ।

ଜୀ ସାର୍ଥକ ସବୁବେଳେ ଓଡିଆ ଦର୍ଶକଙ୍କ ଚିନ୍ତାଧାରା ଓ ଭଲପାଇବାକୁ ଧ୍ୟାନରେ ରଖି ନୂଆ ଓ ଭିନ୍ନ କାହାଣୀ ସହିତ ଫିଲ୍ମ ସବୁ ଆଣିଥାଏ । ସେହିପରି ଏକ ଫିଲ୍ମ ହେଉଛି ‘ଦଶମ’, ତେବେ ଏହା କେବଳ ଏକ ସାଧାରଣ ଫିଲ୍ମ ନୁହେଁ -ଏହା ଆମ ସମାଜର ଲୁକ୍କାୟିତ ବାସ୍ତବତାର ଏକ ଦର୍ପଣ ଏବଂ ଆମ ପାଇଁ ଆତ୍ମନିରୀକ୍ଷଣ ପାଇଁ ଏକ ଆହ୍ୱାନ। ଆମର ସବୁ ଫିଲ୍ମ ପରି ଏହି ଫିଲ୍ମ ମଧ୍ୟ ଓଡ଼ିଆ ଦର୍ଶକଙ୍କ ମନ ଜିତିବ ବୋଲି କହିଛନ୍ତି ଜୀ-ସାର୍ଥକର ଚିଫ୍ ଚ୍ୟାନେଲ୍ ଅଫିସର ରାହୁଲ ରାଓ ।

Leave A Reply

Your email address will not be published.