ଭାଗ୍ୟ ବଦଳାଇଦେବ ଏହି ମାଛ, ଘରେ ହେବ ଧନର ବର୍ଷା*

0

ବାସ୍ତୁ ଶାସ୍ତ୍ରୀଙ୍କ ଅନୁଯାୟୀ, ଘରେ ଏକ ମାଛ ଆକ୍ୱାରିୟମ୍ ରଖିବା ଶୁଭ ବୋଲି ବିବେଚନା କରାଯାଏ । ଅଧିକାଂଶ ଲୋକମାନେ ଆକ୍ୱାରିୟମରେ ରଙ୍ଗୀନ ମାଛ, ଖାସ କରି ଗୋଲ୍ଡ ଫିସ୍ ରଖନ୍ତି, ହେଲେ ଭାଷ୍ଟୁ ଶାସ୍ତ୍ର ଅନୁଯାୟୀ କେଉଁ ମାଛ ଆକ୍ୱାରିୟମରେ ରଖିବା ଉଚିତ ଚାଲନ୍ତୁ ଜାଣିବା । ଏହି ମାଛ ରଖିବା ଦ୍ୱାରା ଆପଣଙ୍କ ଜୀବନରେ ସକାରାତ୍ମକ ପ୍ରଭାବ ପଡିଥାଏ ଏବଂ ଆପଣଙ୍କ ଘରୁ ସମସ୍ତ ନକାରାତ୍ମକ ଶକ୍ତିକୁ ଦୂର କରିଥାଏ ।

ଯଦି ଆପଣ ଘରେ ମାଛ ଆକ୍ୱାରିୟମ୍ ଅଛି, ତେବେ ସାଧାରଣତଃ ଏଥିରେ ୯ଟି ମାଛ ରଖିବା ଉଚିତ୍ । ସେଥିମଧ୍ୟରୁ ଗୋଟିଏ କଳା ମାଛ ଏବଂ ଅନ୍ୟ ୮ ଟି ଗୋଲ୍ଡ ଫିସ୍ ରଖିବା ଉଚିତ୍ । ସେହିପରି ଭାଷ୍ଟୁ ଶାସ୍ତ୍ରୀଙ୍କ ଅନୁଯାୟୀ,Arowana ମାଛକୁ ଘରେ ରଖିବା ମଧ୍ୟ ଶୁଭ ବୋଲି ବିବେଚନା କରାଯାଏ । ଆରୋନା ମାଛ ସୁଖ, ସମୃଦ୍ଧି, ଧନ ଏବଂ ଉତ୍ତମ ସ୍ୱାସ୍ଥ୍ୟର ପ୍ରତୀକ ଭାବରେ ବିବେଚନା କରାଯାଏ । ଘରେ Arowana ମାଛ ରଖିବା ଦ୍ୱାରା ନକାରାତ୍ମକ ଶକ୍ତି ଦୂର ହୋଇଥାଏ ଏବଂ ଘର ଭିତରେ ସକାରାତ୍ମକ ଶକ୍ତିର ପ୍ରଭାବ ରହିଥାଏ ।

ପ୍ରାୟତଃ ଅନେକ ଲୋକ ଘରେ ଆକ୍ୱାରିୟମ୍ ରଖିବାକୁ ଚାହାଁନ୍ତି ନାହିଁ, ଏପରି ପରିସ୍ଥିତିରେ ଆପଣ Arowana ମାଛ ପ୍ରତିମୂର୍ତ୍ତି ମଧ୍ୟ ଘରେ ରଖି ପାରିବେ । ଘରର ଉତ୍ତର-ପୂର୍ବ କିମ୍ବା ପୂର୍ବ ଦିଗରେ Arowana ମାଛ ପ୍ରତିମୂର୍ତ୍ତିକୁ ରଖିବା ଲାଭଦାୟକ ଅଟେ । ଏହା ମଧ୍ୟ ଘରେ ସୁଖ ଏବଂ ଧନ ଆଣିଥାଏ । ପାଟିରେ ମୁଦ୍ରା ଥିବା Arowana ମାଛର ଏକ ପ୍ରତିମୂର୍ତ୍ତି ବହୁତ ଶୁଭ ଫଳାଫଳ ଦେଇଥାଏ ।

Leave A Reply

Your email address will not be published.