ରାହୁଲ ଗାନ୍ଧିଙ୍କ ମାମଲାରେ ଏମିତି କହିଲା ଜର୍ମାନୀ

0

ନୂଆଦିଲ୍ଲୀ :ଦିନକୁ ଦିନ ଜୋର୍ ଧରିବାରେ ଲାଗିଛି କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ସାଂସଦ ପଦ ରଦ୍ଦ ହେବା ମାମଲା। ଏହାକୁ ନେଇ ଏବେ ସାରା ଦେଶରେ ରାଜନୀତି ଜୋର୍ ଧରିଛି। ସବୁ ବିରୋଧୀ ଏକାଠି ହୋଇ ରାହୁଲଙ୍କ ସମର୍ଥନରେ ବାହାରିଛନ୍ତି। ଏହାରି ଭିତରେ ଆମେରିକାର ପରେ ଏବେ ରାହୁଲ ପ୍ରସଙ୍ଗରେ ମୁହଁ ଖୋଲିଛି ଜର୍ମାନୀ।

ଏକ ସାମ୍ବାଦିକ ସମ୍ମିଳନୀରେ ଜର୍ମାନିର ବୈଦେଶିକ ମନ୍ତ୍ରାଳୟର ମୁଖପାତ୍ରୀ ଆନ୍ନାଲେନା ବେର୍‌ବକ୍ କହିଛନ୍ତି, ଭାରତୀୟ ବିରୋଧୀ ରାଜନେତା ରାହୁଲ୍ ଗାନ୍ଧୀଙ୍କ ବିପକ୍ଷରେ ଦିଆଯାଇଥିବା ରାୟ ଏବଂ ତାଙ୍କ ସଂସଦ ପଦ ରଦ୍ଦ ପ୍ରସଙ୍ଗରେ ଆମେ ଅବଗତ ଅଛୁ। ରାହୁଲ୍ ଏହି ଅଦାଲତ ରାୟକୁ ଚାଲେଞ୍ଜ୍ କରିବା ସ୍ଥିତିରେ ଅଛନ୍ତି। ତା’ପରେ ଯାଇ ଜଣାପଡ଼ିବ ଯେ, ଅଦାଲତଙ୍କର ଏହି ରାୟ କାଏମ ରହିବ କି, ନାହିଁ। ତାଙ୍କ ସାଂସଦ ପଦ ବାତିଲ କରାଯିବାରେ କୌଣସି ଭିତ୍ତି ଅଛି କି, ନାହିଁ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଏହି ମାମଲାରେ ନ୍ୟାୟିକ ମାନଦଣ୍ଡର ସ୍ୱାଧୀନତା ଏବଂ ମୌଳିକ ଗଣତାନ୍ତ୍ରିକ ନୀତି ଲାଗୁ କରାଯିବ ବୋଲି ଜର୍ମାନି ଆଶା କରୁଛି।

Leave A Reply

Your email address will not be published.