ପଦ ହରାଇବା ପରେ ଏମିତି କହିଲେ ମୌମ୍ୟ

0

ଭୁବନେଶ୍ୱର: ବିଜୁ ଜନତା ଦଳର ଉପସଭାପତି ପଦରୁ ଅପସାରଣ କରାଯିବା ପରେ ଖଣ୍ଡପଡ଼ା ବିଧାୟକ ତଥା ଦଳର ବରିଷ୍ଠନେତା ସୌମ୍ୟରଂଜନ ପଟ୍ଟନାୟକଙ୍କ ପ୍ରଥମ ପ୍ରତିକ୍ରିୟା ହସ୍ତଗତ ହୋଇଛି। ସେ ଗଣମାଧ୍ୟମକୁ ନିଜର ପ୍ରତିକ୍ରିୟା ଛଳରେ ଏକ ଗୁରୁତ୍ବପୂର୍ଣ୍ଣ ପ୍ରଶ୍ନ ଉତ୍ଥାପନ କରିଛନ୍ତି। ତାଙ୍କୁ ଦଳୀୟ ପଦରୁ ହଟାଇବା ନେଇ ଯେଉଁ ଚିଠି ଆସିଛି ସେଥିରେ ଥିବା ଦସ୍ତଖତ ସତରେ ଦଳର ସଭାପତି ନବୀନଙ୍କର ନା ଆଉ କିଏ କରିଛନ୍ତି, ତାହାକୁ ନେଇ ସନ୍ଦେହ ପ୍ରକାଶ କରିଛନ୍ତି ଶ୍ରୀ ପଟ୍ଟନାୟକ। ସେ କହିଛନ୍ତି, ଚିଠିରେ ଥିବା ଦସ୍ତଖତକୁ ନେଇ ମୋର ସନ୍ଦେହ ଅଛି |

Leave A Reply

Your email address will not be published.