ଏତଲା ଦେଲେ ହ୍ୟୁମାନଙ୍କ ମାଆ

0

କଣ୍ଠଶିଳ୍ପୀ ହ୍ୟୁମାନ୍ ସାଗର ମୃତ୍ୟୁ ମାମଲାରେ ଥାନାରେ ଏତଲା ହୋଇଛି। କଟକ ମର୍କତ ନଗର ଥାନାରେ ହ୍ୟୁମାନଙ୍କ ମାଆ ଏତଲା ଦେଇଛନ୍ତି। ନିଜ ପୁଅକୁ ନିର୍ଯ୍ୟାତନା ଦିଆଯାଇଥିବା ହ୍ୟୁମାନଙ୍କ ମାଆ ଅଭିଯୋଗ କରିଛନ୍ତି। ସନ୍ଦେହଜନକ ଭାବେ ହ୍ୟୁମାନଙ୍କ ମୃତ୍ୟୁର ସେ ତଦନ୍ତ ଦାବି କରି ଥାନାରେ ଏତଲା ଦେଇଛନ୍ତି। ମୃତ୍ୟୁର କାରଣ ସ୍ଵଷ୍ଟ ହୋଇନଥିବା ଏତଲାରେ ଉଲ୍ଲେଖ ରହିଛି। ଅବହେଳା, ଦୁର୍ବ୍ୟବହାର , ଚାପ , ବିଷକ୍ରିୟା, ନିଶାଦ୍ରବ୍ୟ ପ୍ରୟୋଗର ଷଡଯନ୍ତ୍ର , ଆର୍ଥିକ ହେରଫେର୍‌ , ଡିଜିଟାଲ ପ୍ରମାଣ ନଷ୍ଟ ସମ୍ପର୍କିତ ତଦନ୍ତ ଦାବି କରାଯାଇଛି। ପ୍ରଶାନ୍ତ ବେହେରା, ଲୁଲୁ ମହାନ୍ତି , ଜଗଦିଶ ମହାନ୍ତିଙ୍କ ଭୂମିକା ସନ୍ଦେହଜନକ ବୋଲି ଉଲ୍ଲେଖ ରହିଛି। ଏଥିସହ ଆଉ କିଛି ନିକଟ ସମ୍ପର୍କିୟ ଶ୍ରେୟା ମିଶଓ ତାଙ୍କ ପରିବାର, ଅର୍ପିତା ଚୌଧୁରୀ ଓ ତାଙ୍କ ପରିବାର ନାଁ ମଧ୍ୟ ଏତଲାରେ ସେ ଉଲ୍ଲେଖ କରିଛନ୍ତି। ଏପରିକି ଅର୍ପିତାଙ୍କ ସମ୍ପତ୍ତିକୁ ନେଇ ସେ ପ୍ରଶ୍ନ ଉଠାଇଛନ୍ତି।

Leave A Reply

Your email address will not be published.