କୋଭିଡକୁ ନେଇ ସବୁ ରାଷ୍ଟ୍ରକୁ ଏମିତି କହିଲା ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ

0

ନୂଆଦିଲ୍ଲୀ(ଆମ ଟିଭି): କୋଭିଡକୁ ନେଇ ସବୁ ରାଷ୍ଟ୍ରକୁ ଏମିତି କହିଲା ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ । ଡବ୍ଲୁଏଚଓ କହିଛି, କୋଭିଡ୍-୧୯ର ଉତ୍ପତ୍ତି ବିଷୟରେ ଯାହା ଜାଣନ୍ତି, ସତ କୁହନ୍ତୁ ବୋଲି ଶୁକ୍ରବାର ଦିନ ‘ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ’ ସମସ୍ତ ରାଷ୍ଟ୍ରଙ୍କୁ ଅନୁରୋଧ କରି କହିଛି। ଚୀନ୍ ସମ୍ପୂର୍ଣ୍ଣ ଅସ୍ବୀକାର କରୁଥିଲେ ବି ଆମେରିକା ପୁଣି କୋଭିଡ୍-୧୯ର ଉତ୍ପତ୍ତିକୁ ‘ଚୀନା ଲ୍ୟାବ୍ ଲିକ୍’ କହିଛି ଏବଂ ଏହା ଏବେ ସମଗ୍ର ବିଶ୍ବରେ ଆଲୋଚ୍ୟ ବିଷୟ ପାଲଟିଛି। ମଙ୍ଗଳବାର ଦିନ ‘ଏଫ୍ବିଆଇ’ ନିର୍ଦେଶକ ଖ୍ରୀଷ୍ଟୋଫର୍ ରେ’ ‘ଫକ୍ସ୍ ନିଉଜ୍ ଟେଲିଭିଜନ୍’କୁ କହିଛନ୍ତି ଯେ, କୋଭିଡ୍-୧୯ ମହାମାରୀର ସମ୍ଭାବ୍ୟ ଉତ୍ସ ଉହାନ୍ ଲ୍ୟାବ୍ରଟରି ଅଘଟଣ ହୋଇଥିବ।

୨୦୧୯ ଶେଷ ଆଡ଼କୁ ଚୀନା ନଗରୀ ଉହାନ୍ରେ ପ୍ରଥମେ ନୂଆ କରୋନା ଭାଇରସ୍ ସଂକ୍ରମଣ ରେକର୍ଡ କରାଯାଇଥିଲା। ସେଠାରେ ଭୂତାଣୁ ପରୀକ୍ଷାଗାର ରହିଛି। ‘ଏଫ୍ବିଆଇ’ର ଏହି ଦାବିକୁ ଚୀନ୍ ଅତି କ୍ରୋଧର ସହିତ ଅସ୍ବୀକାର କରି କହିଛି କି, ଏହା ହେଉଛି ବେଜିଙ୍ଗ୍ ବିରୋଧରେ ଅପଦାଦ ଅଭିଯାନ। ତେଣୁ, ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନର ମହାନିର୍ଦେଶ ଟେଡ୍ରସ୍ ଆଧାନୋମ୍ ଗେବ୍ରେୟେସସ୍ କହିଛନ୍ତି, ଯଦି କୌଣସି ଦେଶ ଏହି ମାହାମାରୀର ଉତ୍ପତ୍ତି ବିଷୟରେ ସୂଚନା ରଖିଥାଏ ‘ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ’ ଓ ‘ଆନ୍ତର୍ଜାତିକ ବୈଜ୍ଞାନିକ ସମୁଦାୟ’କୁ ସେ ସୂଚନା ପଠାଇବା ଅତ୍ୟାବଶ୍ୟକ।

 

Leave A Reply

Your email address will not be published.