ଭାରତୀୟ ସେନାରେ ବଦଳିଲା ଏହି ନିୟମ

0

ନୂଆଦିଲ୍ଲୀ: ଭାରତୀୟ ସେନା ଏଣିକି ମୋଟାପଣ କିମ୍ବା ଖରାପ ଜୀବନଶୈଳୀ ଆପଣାଉଥିବା ସୈନିକମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଯାଉଛି। ଖବର ମୁତାବକ, ସେନାରେ ଏବେ ନୂତନ ନୀତି ଲାଗୁ କରାଯାଇଛି, ଯେଉଁଥିରେ ଅନେକ ନୂଆ ପରୀକ୍ଷା ନିରୀକ୍ଷା ଅନ୍ତର୍ଭୁକ୍ତ କରାଯାଇଛି।

ବିଶେଷ କଥା ହେଉଛି ଯେଉଁ ସୈନିକମାନେ ନୂତନ ମାନଦଣ୍ଡ ପୂରଣ କରୁନାହାଁନ୍ତି ସେମାନଙ୍କୁ ସୁଧାର ପାଇଁ ପ୍ରଥମେ ୩୦ ଦିନ ସମୟ ଦିଆଯିବ ଏବଂ ଏହାପରେ ବି ଯଦି କୌଣସି ପରିବର୍ତ୍ତନ ନ ହୁଏ, ତେବେ ସେମାନଙ୍କ ଛୁଟି କମାଇବା ଭଳି ପଦକ୍ଷେପ ଗ୍ରହଣ କରାଯାଇପାରେ। ନୂତନ ନିୟମ ଅନୁଯାୟୀ, ପ୍ରତ୍ୟେକ କର୍ମଚାରୀଙ୍କୁ ଏପିଏସି ଅର୍ଥାତ୍ ଆର୍ମି ଫିଜିକାଲ୍ ଫିଟନେସ୍ ଆସେସମେଣ୍ଟ କାର୍ଡ ମଧ୍ୟ ପ୍ରସ୍ତୁତ ରଖିବାକୁ ପଡ଼ିବ। ଜାତୀୟ ଗଣମାଧ୍ୟମ ରିପୋର୍ଟରେ କୁହାଯାଇଛି ଯେ, ସମସ୍ତ କମାଣ୍ଡକୁ ଏହି ପତ୍ର ପଠାଯାଇଛି।

Leave A Reply

Your email address will not be published.