ଏଥରବି ବାବାଙ୍କ ଦର୍ଶନରୁ ବଂଚିତ ହେବେ ଭକ୍ତ

0

ଆଠଗଡ଼(ଆମ ଟିଭି): ଗତ ୨ ବର୍ଷ ପରି ଏଥର ବି ପଞ୍ଚକରେ ଭକ୍ତଙ୍କୁ ଧବଳେଶ୍ୱର ପୀଠ ମନା। ଝୁଲାପୋଲ ଅସୁରକ୍ଷିତ ଥିବା ଦର୍ଶାଇ ପୀଠ ଚାରିପଟେ ଲାଗୁ ହୋଇଛି ୧୪୪ ଧାରା। ପ୍ରଶାସନର ଏହି ନିଷ୍ପତ୍ତି ଶ୍ରଦ୍ଧାଳୁଙ୍କୁ ଶକ୍ତ ଝଟକା ଦେଇଥିବା ବେଳେ ଏବେ ଏଥିରେ ମଲମ ଲଗାଇବାକୁ ଚେଷ୍ଟା କରିଛନ୍ତି କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚଇନି। ଏଥର ଚର୍ମଚକ୍ଷୁ ନୁହେଁ, ଏଲଇଡି ମାଧ୍ୟମରେ ବାବାଙ୍କ ଦର୍ଶନ କରିବେ ଶ୍ରଦ୍ଧାଳୁ। ବାବାଙ୍କ ସମସ୍ତ ରୀତିନୀତି ସମ୍ପନ୍ନ କରାଯିବା ସହ ଗଜଭୋଗ ବି ଶ୍ରଦ୍ଧାଳୁ ପାଇପାରିବେ ବୋଲି କହିଛନ୍ତି ଜିଲ୍ଲାପାଳ।

ଏନେଇ ଜିଲ୍ଲାପାଳ କହିଛନ୍ତି, ଝୁଲା ପୋଲ ଅବସ୍ଥା ଯାହା ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ଯାତାୟତ କରିବା ବିପଦସଙ୍କୁଳ । ଅନ୍ୟ କୌଣସି ମାର୍ଗରେ ବି ଶ୍ରଦ୍ଧାଳୁଙ୍କୁ ପୀଠକୁ ନିଆଯିବା ସମ୍ଭବ ନୁହେଁ । ତେଣୁ ୧୪୪ ଧାରା ଲାଗୁ କରାଯାଇଛି। ହେଲେ ଏଥିରେ ଭକ୍ତମାନେ ନିରାଶ ହେବାର ଆବଶ୍ୟକତା ନାହିଁ।

Leave A Reply

Your email address will not be published.