ଏଥର ବି ଆମେଠିରୁ ରାହୁଲ !

0

କଂଗ୍ରେସ ଦଳରୁ ବଡ଼ ଖବର ସାମ୍ନାକୁ ଆସିଛି। ରାହୁଲ ଗାନ୍ଧୀ ଆମେଠିରୁ ନିର୍ବାଚନ ଲଢ଼ିବା ପାଇଁ ସହମତି ପ୍ରକାଶ କରିଛନ୍ତି। ଏନେଇ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ଆଧିକାରୀକ ଭାବେ ଘୋଷଣା କରିବେ ବୋଲି ଏକ ରିପୋର୍ଟରୁ ଜଣାପଡ଼ିଛି।

ରିପୋର୍ଟ ଅନୁଯାୟୀ, ରାହୁଲ ଶୁକ୍ରବାର ଆମେଠି ପହଞ୍ଚି ନିଜର ନାମାଙ୍କନ ପତ୍ର ଦାଖଲ କରିବେ। ଏହି ଆସନରେ ପୁଣିଥରେ ତାଙ୍କର ମୁକାବିଲା କେନ୍ଦ୍ର ମନ୍ତ୍ରୀ ତଥା ଭାଜପା ପ୍ରାର୍ଥୀ ସ୍ମୃତି ଇରାନୀଙ୍କ ସହ ହେବ। ୨୦୧୯ ଲୋକ ସଭା ନିର୍ବାଚନରେ ରାହୁଲ ଆମେଠି ଆସନରୁ ସ୍ମୃତିଙ୍କଠାରୁ ହାରି ଯାଇଥିଲେ।

ରାହୁଲ ଆମେଠିରୁ ନିର୍ବାଚନ ଲଢ଼ିବାକୁ ନେଇ ଏଯାବତ ସସ୍‌ପେନ୍ସ ଲାଗି ରହିଥିଲା। ହେଲେ ଏହି ଆସନରୁ ସେ ନିର୍ବାଚନ ଲଢ଼ିବା ନେଇ ହଁ କହିବା ପରେ ଆଲୋଚନା ବନ୍ଦ ହୋଇଛି।

କହିରଖୁଛୁ, କଂଗ୍ରେସ ନେତା କେରଳର ଓ୍ବାୟନାଡ ଆସନରୁ ମଧ୍ୟ ନିର୍ବାଚନ ଲଢ଼ିଛନ୍ତି। ଦ୍ୱିତୀୟ ପର୍ଯ୍ୟାୟରେ ଏପ୍ରିଲ ୨୬ରେ ଏହି ଆସନରେ ଭୋଟିଂ ହୋଇଛି। ତେବେ ଆମେଠିରେ ନାମାଙ୍କନ ଭରିବାର ଅନ୍ତିମ ତାରିଖ ମେ’ ୩। ଏଠାରେ ପଞ୍ଚମ ପର୍ଯ୍ୟାୟରେ ମେ’ ୨୦ରେ ମତଦାନ ହେବ।

Leave A Reply

Your email address will not be published.