ଏଥର ଦୁଇ ଘଣ୍ଟା ଫୁଟିବ ବାଣ

0

ଭୁବନେଶ୍ୱର(ଆମ ଟିଭି):  ଏଥର ଦୀପାବଳିରେ ବାଣ ଫୁଟାଇବାକୁ ନେଇ ଟୁଇନ୍‌ ସିଟିରେ ଜାରି ହୋଇଛି ଗାଇଡଲାଇନ୍ । ଏଥର ମାତ୍ର ୨ ଘଣ୍ଟା ବାଣ ଫୁଟାଇବାକୁ ମିଳିଛି ଅନୁମତି।

ଦୀପାବଳି ଦିନ ରାତି ୮ରୁ ୧୦ଟା ମଧ୍ୟ ବାଣ ଫୁଟାଇ ପାରିବେ ଲୋକେ। ତା ସହିତ ବାଣ ଫୁଟିଲେ ଶବ୍ଦ ୧୨୫ ଡେସିବେଲରୁ କମ୍ ହେବା ଦରକାର । କମିଶନରେଟ୍ ପୁଲିସ୍ ଏହି ଗାଇଡଲାଇନ୍ ଜାରି କରିଛି। କଟକ ଓ ଭୁବନେଶ୍ୱରବାସୀଙ୍କ ପାଇଁ ଏହି ନିୟମ ଲାଗୁ ହେବ।

ଭୁବନେଶ୍ୱର ଡିସିପି ପ୍ରତୀକ ସିଂହ କହିଛନ୍ତି, ବେଆଇନ ବାଣ କାରବାର ଉପରେ ସ୍ୱତନ୍ତ୍ର ନଜର ରଖିଛି ପୁଲିସ୍‌। ନିୟମ ଭାଙ୍ଗି ବାଣ ବିକ୍ରି କଲେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ।

Leave A Reply

Your email address will not be published.