ନୂଆଦିଲ୍ଲୀ (ଆମ ଟିଭି): ଦିଲ୍ଲୀ କର୍ତ୍ତ୍ୟବ୍ୟ ପଥରେ ପ୍ରଦର୍ଶିତ ହେବାକୁ ଥିବା *”ବନ୍ଦେ ଭାରତଂ ନୃତ୍ୟ ମହୋତ୍ସବ- 2023″* ସାଧାରଣତନ୍ତ୍ର ଦିବସ ଅବସରରେ ଏଥର ସାରା ବିଶ୍ୱ ଦେଖିବ ନୃତ୍ୟାଚାର୍ଯ୍ୟ ଗୁରୁଶ୍ରୀ ଦୁର୍ଗାଚରଣ ରଣବୀର ଙ୍କ ଛାତ୍ରୀଙ୍କ ଦ୍ୱାରା ପରିବେଶିତ ଓଡିଶୀ ନୃତ୍ୟ l ଗତ ଜାନୁଆରୀ ୫ ତାରିଖ ରୁ ନୃତ୍ୟ ଶିଳ୍ପୀ ମାନେ ଦିଲ୍ଲୀ ଗସ୍ତରେ ଯାଇ ଦୀର୍ଘ ୨୧ ଦିନ ଧରି ନୃତ୍ୟ ତାଲିମ ନେବା ପରେ ପରେଡ୍ ରେ ନୃତ୍ୟ ପରିବେଷଣ କରିବେ l ଗୁରୁଶ୍ରୀ ଦୁର୍ଗାଚରଣ ରଣବୀର ଙ୍କ ମାର୍ଗଦର୍ଶନ ତଥା ଗୁରୁ ଗାୟତ୍ରୀ ରଣବୀର ଏବଂ ଗୁରୁ ମନୋଜ ପ୍ରଧାନ ଙ୍କ ତତ୍ୱାବଧାନରେ ଶିଳ୍ପୀ ମାନସୀ ମାଇତି, ମେଘନା ମହାନ୍ତି, ଭିଦିଶା ବସୁମଲ୍ଲିକ, ଏବଂ ରୋହିଣୀ ସାମଲ ପ୍ରମୁଖ ନୃତ୍ୟ ପରିବେଷଣ କରିବେ l ଶିଳ୍ପୀ ମାନେ ପ୍ରଥମେ ଜିଲ୍ଲାରୁ ରାଜ୍ୟ ତାପରେ ଜୋନାଲ ସ୍ତରରେ ପ୍ରତିଯୋଗିତା ରେ କୃତକାର୍ଯ୍ୟ ହୋଇଥିଲେ l
ପୁନଃ ଦିଲ୍ଲୀରେ ଜାତୀୟ ସ୍ତରୀୟ ପ୍ରତିଯୋଗିତାରେ ଉତ୍ତୀର୍ଣ୍ଣ ହେଲା ପରେ ଦିଲ୍ଲୀ ପରେଡ୍ ରେ ନୃତ୍ୟ ପରିବେଷଣ ପାଇଁ ମନୋନୀତ ହୋଇଛନ୍ତି l ଦେଶର ବଛାବଛା ପାଞ୍ଚ ଶହ କଳାକାର ଏଇ ଭବ୍ୟ କାର୍ଯ୍ୟକ୍ରମ ରେ ଅଂଶଗ୍ରହଣ କରିଛନ୍ତି l “ନୃତ୍ୟାୟନ” ଓଡିଶୀ ନୃତ୍ୟାନୁଷ୍ଠାନ ର ଶିଳ୍ପୀ ମାନେ ଦେଶର ସର୍ବଶ୍ରେଷ୍ଠ ମଞ୍ଚରେ ନୃତ୍ୟ ପରିବେଷଣ କରିବେ l ବିଶ୍ୱବାସୀ ଆମ ଓଡିଶୀ ନୃତ୍ୟ କଳା ଦେଖିବେ l ନୃତ୍ୟାୟନ ପାଇଁ ଏହା ନିଶ୍ଚିତ ଭାବେ ଗର୍ବ ର କଥା ବୋଲି ଅଭିଭାବକ ମାନେ ମତବ୍ୟକ୍ତ କରିଥିଲେ l