ନୂଆଦିଲ୍ଲୀ (ଆମ ଟିଭି): ଏଥର ବି ପୁଣି ଓଡ଼ିଶାକୁ ଉପେକ୍ଷା । ସାଧାରଣତନ୍ତ୍ର ଦିବସରେ ପୁଣି ବାଦ୍ ପଡିଲା ଓଡ଼ିଶାର ପ୍ରଜ୍ଞାପନ ମେଢ । ଚଳିତଥର ମଧ୍ୟ ପରେଡରେ ଦେଖିବାକୁ ମିଳିବନି ଓଡ଼ିଶାର ପ୍ରଜ୍ଞାପନ ମେଢ । ଲଗାତର ୩ ବର୍ଷ ହେଲା ଦିଲ୍ଲୀ ଦରବାରରେ ଓଡ଼ିଶାକୁ ଉପେକ୍ଷା କରାଯାଉଛି । ସବୁ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ସମସ୍ତ ପ୍ରସ୍ତୁତି ହୋଇ ଆଗରୁ ବୈଠକ ବସିଥିଲା । ବିଷୟ ମୁତାବକ ଓଡ଼ିଶା କଳା, ସଂସ୍କୃତି ଓ ସ୍ଥପତ୍ୟକୁ ନେଇ ମେଢ ତିଆରି କରାଯାଇଥିଲା । ଆଗରେ କୋଣାର୍କ ଓଡ଼ିଶାର ଚିହ୍ନ ଥିବା ଅଶ୍ୱ ଓ ତଳେ ଦୁଇଟି କୋଣାର୍କ ଚକ୍ର । ବାକି କଳିଙ୍ଗର ଐତିହ୍ୟ ସମ୍ପନ୍ନ କଳାକାରିଗରୀକୁ ମୁକ୍ତେଶ୍ୱର ମନ୍ଦିର ସହ ପ୍ରଦର୍ଶିତ କରାଯାଇଥିଲା । ଏହା ସହିତ ବିଶ୍ୱ ପ୍ରସିଦ୍ଧ ଓଡ଼ିଶାର ନୃତ୍ୟ କଳା ମାହାରୀ ଓ ଘୁମୁରାର ଶିଳ୍ପୀ ମାନଙ୍କୁ ସାମିଲ କରାଯାଇଥିଲା ।
ସେହଭିଳି ଗତବର୍ଷ ମଧ୍ୟ ‘ପାଇକ ବିଦ୍ରୋହ ଓ ବକ୍ସି ଜଗବନ୍ଧୁ ‘ଉପରେ ପ୍ରସ୍ତୁତ ମଡେଲ ଏହିଭଳି ଭାବେ କଟିଯାଇଥିଲା । ଯାହା ଓଡ଼ିଶା ପାଇଁ ଅତ୍ୟନ୍ତ ଦୁଃଖଦ ଖବର ଏହା ଉପରେ ତର୍ଜମା କରାଯିବାକୁ ଦାବି ହୋଇଛି ।