ଏଥର ଦଶହରା ରେ ଆସୁଛି ତୁ ମୋ ଛବି ବହି”*

0

ଭୁବନେଶ୍ୱର :ସୁବାସ ମ୍ୟୁଜିକ୍ ଦ୍ବାରା ସୁବାସ ସାହୁ ଙ୍କ ପ୍ରଯୋଜନା ରେ ଏହି ଦଶହରା ରେ ରିଲିଜ୍ ହେବାକୁ ଯାଉଛି ଓଡ଼ିଆ ମ୍ୟୁଜିକ୍ ଭିଡିଓ “ତୁ ମୋ ଛବି ବହି ” । ସେହିପରି ଭିଡିଓ ଟିରେ ମନ୍ମୟ ଦେ ନାୟକ ଥିବାବେଳେ ରୂପଶ୍ରୀ ଙ୍କୁ ନାୟିକା ଭାବେ ଦେଖିବାକୁ ମିଳିଛି । ତା ସହ ବାବୁ ବାବୁ ନିର୍ଦ୍ଦେଶନା ଦେଇଥିବା ବେଳେ କୋରିଓଗ୍ରାଫି କରିଛନ୍ତି ଡି ଦୀପକ୍ । ତାହାସହ ଗୀତଟିକୁ ରୁଦ୍ର ପ୍ରସାଦ ନାୟକ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିବା ବେଳେ କଣ୍ଠଦାନ କରିଛନ୍ତି ହ୍ୟୁମାନ ସାଗର ଓ ଅସୀମା ପଣ୍ଡା ଖୁବ୍ ସୁନ୍ଦର ଭାବରେ ଲେଖିଛନ୍ତି ନିରଞ୍ଜନ ପଣ୍ଡା ‌।

ଏଣୁ ଆଗକୁ ଦଶହରା ଆସୁଥିବା ରୁ ଦଶହରା କୁ ଆଖି ଆଗରେ ରଖି ଭୁବନେଶ୍ୱର ରେ ବିଭିନ୍ନ ଲୋକେଶନ୍ ରେ ଭିନ୍ନ ଭିନ୍ନ ସେଟପ୍ ଲଗାଇ ଗୀତଟିକୁ ସୁଟିଂ କରାଯାଇଅଛି । ତାସହ ବର୍ତ୍ତମାନ ଯୁବପିଢି ମାନଙ୍କ ପାଇଁ ଇଁଷ୍ଟାଗ୍ରାମ୍ ରେ ମଧ୍ୟ ଏହି ଗୀତ ଟି ଟ୍ରେଡିଙ୍ଗ୍ ରେ ଚାଲିଛି ଏଣୁ ପାର୍ବଣ ରେ ଏହି ଭିଡିଓ ଟି ଦର୍ଶକ ମାନଙ୍କ ହୃଦୟ କୁ ବେସ୍ ଛୁଇଁବ ବୋଲି ନିର୍ଦ୍ଦେଶକ କହିଛନ୍ତି ।

Leave A Reply

Your email address will not be published.