ରାଜଧାନୀରେ ଏହି ମହିଳାଙ୍କୁ ମିଳିବନି ମାଗଣା ବସ୍‌ ସେବା, ସରକାର ଆଣିଲେ ନୂଆ ନିୟମ

0

ବସ୍‌ରେ ଯାତ୍ରା କରୁଥିବା ଦିଲ୍ଲୀ ମହିଳାଙ୍କୁ ମାଗଣାରେ ଯାତ୍ରା କରିବାର ସୁଯୋଗ ମିଳିବ କି ନାହିଁ । ଏହାକୁ ନେଇ ସରକାର ନୂଆ ନିୟମ ଲାଗୁ କରିବାକୁ ଯାଉଛନ୍ତି । ନୂଆ ସରକାର ବସ୍‌ରେ ମହିଳାଙ୍କ ମାଗଣା ଯାତ୍ରାକୁ ନେଇ କିଛି ନିୟମ ଆଣିଛନ୍ତି । ମହିଳା ଓ ୩ୟ ଲିଙ୍ଗିଙ୍କ ପାଇଁ ବସ୍‌ରେ ମାଗଣା ଯାତ୍ରାରେ କିଛି ସର୍ତ୍ତ ଲାଗୁ କରାଯିବ। ପ୍ରଥମେ ଦିଲ୍ଲୀର ପ୍ରତ୍ୟେକ ମହିଳା ଏହି ସେବାର ଲାଭ ପାଇ ପାରୁଥିଲେ । ମାତ୍ର ଏବେ କିଛି ମହିଳାଙ୍କୁ ଏହି ସେବାର ଲାଭ ମିଳିବ ନାହିଁ । କାରଣ ସରକାର ଏହି ଯୋଜନାର ନିୟମରେ କିଛି ପରିବର୍ତ୍ତନ କରିଛନ୍ତି ।

ରାଜଧାନୀ ଦିଲ୍ଲୀରେ ମାଗଣା ବସ୍‌ ସେବାକୁ ନେଇ କୁହାଯାଇଛି ଯେ, ଯେଉଁ ମହିଳାମାନେ ଦିଲ୍ଲୀ ନିବାସୀ ହୋଇଥିବେ, କେବଳ ସେମାନଙ୍କୁ ହିଁ ମାଗଣା ବସ୍‌ ସେବା ମିଳିବ । ସେମାନଙ୍କ ନିକଟରେ ସହେଲୀ ସ୍ମାର୍ଟ କାର୍ଡ ହେବା ଜରୁରୀ । ଏହି କାର୍ଡ ପାଇଁ ସର୍ବପ୍ରଥମେ ମହିଳା ଦିଲ୍ଲୀ ନିବାସୀ ହେବା ଆବଶ୍ୟକ । ତାଙ୍କ ନିକଟରେ ଦିଲ୍ଲୀର ଭୋଟର ଆଇଡି, ରାସନକାର୍ଡ କିମ୍ବା ବିଜୁଳି ବିଲ୍‌ ଥିବା ଆବଶ୍ୟକ ।

Leave A Reply

Your email address will not be published.