ରାହୁଲ ଗାନ୍ଧିଙ୍କୁ ଧମକ ପୂର୍ଣ୍ଣ ଚିଠି
ଇନ୍ଦୋର : ରାହୁଲ ଗାନ୍ଧିଙ୍କୁ ବମ୍ରେ ଉଡାଇବାର ଧମକ। ଏଭଳି ଏକ ଧମକପୂର୍ଣ୍ଣ ପତ୍ର ମିଳିଛି ଇନ୍ଦୋରର ଏକ ମିଠା ଦୋକାନରେ। ରାହୁଲ ଗାନ୍ଧିଙ୍କ ବ୍ୟତୀତ ପତ୍ରରେ ପ୍ରଦେଶ କଂଗ୍ରେସ ଅଧ୍ୟକ୍ଷ କମଳନାଥଙ୍କୁ ମଧ୍ୟ ଜୀବନରେ ହତ୍ୟା କରିବାର ଧମକ ଦିଆଯାଇଛି। ଧମକପୂର୍ଣ୍ଣ ପତ୍ରରେ ଶିଖ୍ ଦଙ୍ଗାର ଆଲୋଚନା ମଧ୍ୟ କରାଯାଇଛି। ପତ୍ର ମିଳିବା ପରେ ଏବେ ସେଠାରେ ଉତ୍ତେଜନା ସୃଷ୍ଟି ହୋଇଛି।
ଇନ୍ଦୋରର ଏକ ମିଠା ଦୋକାନକୁ ଏହି ଚିଠି ମିଳିଛି। ଏହି ଚିଠି କୋରିୟରରେ ଦୋକାନରେ ପହଁଞ୍ଚା ଯାଇଥିଲା। ବର୍ତ୍ତମାନ ‘ଭାରତ ଯୋଡ’ ଯାତ୍ରାରେ କଂଗ୍ରେସ ନେତା ରାହୁଲ ଗାନ୍ଧି ଥିବା ବେଳେ ତାଙ୍କୁ ଏବେ ବମ୍ରେ ଉଡାଇବାର ଧମକ ମିଳିଛି। କୁହାଯାଉଛି ଯେ, ଗୁରୁବାର ଅର୍ଥାତ କାଲି ସନ୍ଧ୍ୟାରେ ଏହି ଚିଠି ମିଠା ଦୋକାନୀଙ୍କ ପାଖରେ ପହଁଞ୍ଚାଯାଇଥିଲା। ଚିଠିରେ ରାହୁଲ ଗାନ୍ଧି ଓ କମଲନାଥଙ୍କୁ ମାରିବାକୁ ଧମକ ଦିଆଯାଇଛି।
କୁହାଯାଉଛି ଯେ, ଇନ୍ଦୋରର ଜୁନି ଥାନାରେ ଥିବା ଏକ ମିଠା ଦୋକାନରେ ଏହି ଚିଠି ଦିଆଯାଇଛି। ଯେଉଁଥିରେ ରତଲାମ୍ର ମଧ୍ୟ ଆଲୋଚନା ହୋଇଛି। ମାମଲା ସାମନାକୁ ଆସିବା ପରେ ତଲାସୀ ନିଆଯାଉଛି। ସେଭଳି ଜୁନି ଇନ୍ଦୋର ଥାନା ଅଞ୍ଚଳର ଆଖପାଖରେ ଲାଗିଥିବା ସିସିଟିଭି ଫୁଟେଜକୁ ଭଲ ଭାବରେ ଯାଞ୍ଚ ଆରମ୍ଭ କରାଯାଇଛି। ତେବେ ପୋଲିସ କହିଛି, ଏହି ଘଟଣା ପଛରେ ଅସାମାଜିକ ବ୍ୟକ୍ତି ରହିପାରନ୍ତି। ଉଲ୍ଲେଖନୀୟ ଯେ, ରାହୁଲ ଗାନ୍ଧି ଭାରତ ଯୋଡ ଯାତ୍ରା ୨୩ ନଭେମ୍ବରରେ ମଧ୍ୟ ପ୍ରଦେଶର ବୁରହାନପୁରରୁ ଏମ୍ପିରେ ଏଣ୍ଟ୍ରି କରିବେ। ଏହି ଯାତ୍ରାର ପୁରା କେନ୍ଦ୍ର ଇନ୍ଦୋର ରହିବ। ଏଭଳି ସ୍ଥିତିର କଂଗ୍ରେସ ଜୋରଦାର ଭାବରେ ପ୍ରସ୍ତୁତି ଆରମ୍ଭ କରିଦେଇଛି। ରାହୁଲ ଇନ୍ଦୋରର ଖାଲସା ଷ୍ଟାଡିୟମରେ ରାତି କାଟିବେ।