ଭୁବନେଶ୍ୱର (ଆମ ଟିଭି): ବୈଜୟନ୍ତ ପଣ୍ଡାଙ୍କୁ ହତ୍ୟା ଧମକ । ବିଜେପି ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡାଙ୍କୁ ଫୋନ୍ ଯୋଗେ ହତ୍ୟା ଧମକ ଦିଆଯାଇଛି। ଦିଲ୍ଲୀ ପୁଲିସ ନିକଟରେ ଏତଲା ପରେ ପୁଲିସ ତଦନ୍ତ କରୁଥିବା ନେଇ ଗୁରୁବାର ସୂଚନା ମିଳିଛି। ଏହା ସତ କି ପ୍ରାଙ୍କ୍ କଲ୍ ଜଣାପଡିବା ସମ୍ଭବ ନଥିବାରୁ ଏନେଇ ଏତଲା ହୋଇଛି। ଦିଲ୍ଲୀ ପୁଲିସ ତଦନ୍ତ କରୁଥିବା ବୈଜୟନ୍ତଙ୍କ କାର୍ୟ୍ୟାଳୟ ପକ୍ଷରୁ ସୂଚନା ମିଳିଛି।
ତେବେ ଫୋନ୍ କରିଥିବା ବ୍ୟକ୍ତି ହିନ୍ଦି ଭାଷାରେ କଥା ହେଉଥିଲେ ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡିଛି। ଫୋନ୍ରେ ଉକ୍ତ ବ୍ୟକ୍ତି ଜଣଙ୍କ ନବ ଦାସଙ୍କ ଭଳି ବୈଜୟନ୍ତ ସମାନ ଦଶା ଭୋଗିବେ ବୋଲି କହିଥିବା ଖବର ମିଳିଛି। ଘଟଣାର ତଦନ୍ତ ଜାରି ରହିଛି।