କର୍ଣ୍ଣେଲ ସୋଫିଆ କୁରେଶୀଙ୍କ ଅପମାନ ମାମଲାର ତଦନ୍ତ କରିବେ ତିନି ଅଧିକାରୀ: ଜାଣନ୍ତୁ ସେମାନେ କିଏ?

0

ନୂଆଦିଲ୍ଲୀ (ଆମ ଟିଭି): ମଧ୍ୟପ୍ରଦେଶର ମନ୍ତ୍ରୀ ବିଜୟ ଶାହଙ୍କ ସମସ୍ୟା ବଢିଚାଲିଛି। ସେ ଭାରତୀୟ ସେନାର କର୍ଣ୍ଣେଲ ସୋଫିଆ କୁରେଶୀଙ୍କ ଉପରେ ବିବାଦୀୟ ମନ୍ତବ୍ୟ ଦେଇଥିଲେ। ଏବେ ସୁପ୍ରିମକୋର୍ଟ ମଧ୍ୟପ୍ରଦେଶର ଡିଜିପିଙ୍କୁ ଏହି ମାମଲାର ତଦନ୍ତ ପାଇଁ ଏକ SIT ଗଠନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। SITରେ ତିନି ଜଣ ବରିଷ୍ଠ IPS ଅଧିକାରୀଙ୍କୁ ସ୍ଥାନ ଦିଆଯାଇଛି। ସେ ମେ ୨୮ ତାରିଖ ସୁଦ୍ଧା ସୁପ୍ରିମକୋର୍ଟରେ ରିପୋର୍ଟ ଉପସ୍ଥାପନ କରିବେ।

ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକ୍ରମେ SITରେ ତିନି ଜଣ ବରିଷ୍ଠ ଅଧିକାରୀଙ୍କୁ ସାମିଲ କରାଯାଇଛି। ପ୍ରମୋଦ ବର୍ମା (ଇନସ୍ପେକ୍ଟର ଜେନେରାଲ ଅଫ୍ ପୋଲିସ, ସାଗର ଜୋନ୍), କଲ୍ୟାଣ ଚକ୍ରବର୍ତ୍ତୀ (ଡିପ୍ୟୁଟି ଇନ୍ସପେକ୍ଟର ଜେନେରାଲ ଅଫ୍ ପୋଲିସ, ସ୍ପେଶାଲ୍ ଆର୍ମଡ୍ ଫୋର୍ସ, ପୋଲିସ ମୁଖ୍ୟାଳୟ ଭୋପାଳ) ଏବଂ ବାହିନୀ ସିଂହ (ଜିଲ୍ଲା ଡିଣ୍ଡୋରୀ ପୋଲିସ ଅଧୀକ୍ଷକ) ଏଥିରେ ସ୍ଥାନ ପାଇଛନ୍ତି। ଏହି ତିନି ଜଣ ଅଧିକାରୀ ବିଜୟ ଶାହା ମାମଲାର ତଦନ୍ତ କରିବେ।

SITରେ ଜଣେ ମହିଳା ଅଧିକାରୀ ରହିବା ଜରୁରୀ

ମଧ୍ୟପ୍ରଦେଶ ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ପଞ୍ଜିକୃତ ଏଫଆଇଆର ସହ ଜଡିତ ମାମଲାର ତଦନ୍ତ ପାଇଁ ସୁପ୍ରିମକୋର୍ଟ ଆଜି ସକାଳ ୧୦ଟା ସୁଦ୍ଧା ଜଣେ ଆଇଜି ରାଙ୍କ ଅଧିକାରୀଙ୍କ ନେତୃତ୍ୱରେ ଏକ ତିନି ସଦସ୍ୟ ବିଶିଷ୍ଟ ଏସଆଇଟି ଗଠନ କରିବାକୁ ମଧ୍ୟପ୍ରଦେଶ ପୋଲିସ ମହାନିର୍ଦ୍ଦେଶକଙ୍କୁ କହିଛନ୍ତି, ଯେଉଁଥିରେ ଜଣେ ମହିଳା ଅଧିକାରୀ ମଧ୍ୟ ରହିବେ। ସୁପ୍ରିମକୋର୍ଟଙ୍କ ଆଦେଶ ପରେ, ମହିଳା ଅଧିକାରୀ ବାହିନୀ ସିଂହଙ୍କୁ ମଧ୍ୟ SITରେ ସାମିଲ କରାଯାଇଥିଲା।

ପୂରା ଘଟଣା କ’ଣ?

ମଧ୍ୟପ୍ରଦେଶ ମନ୍ତ୍ରୀ ବିଜୟ ଶାହ ଭାରତୀୟ ସେନା କର୍ଣ୍ଣେଲ ସୋଫିଆ କୁରେଶୀଙ୍କ ବିରୋଧରେ ଅପମାନଜନକ ମନ୍ତବ୍ୟ ଦେଇଥିଲେ। ସେ କର୍ଣ୍ଣେଲ ସୋଫିଆ କୁରେଶୀଙ୍କୁ ଆତଙ୍କବାଦୀଙ୍କ ଭଉଣୀ ବୋଲି ବର୍ଣ୍ଣନା କରିଥିଲେ। ବିଜୟ ଶାହାଙ୍କ ବୟାନ ପରେ ମାମଲା ଆହୁରି ବଢ଼ି ସୁପ୍ରିମକୋର୍ଟରେ ପହଞ୍ଚିଲା।

Leave A Reply

Your email address will not be published.