ସୁନା ବେଶରେ ଦର୍ଶନ ଦେଉଛନ୍ତି ତିନି ଠାକୁର

0

ଆଜି କାର୍ତ୍ତିକ ପୂର୍ଣ୍ଣିମା। କାର୍ତ୍ତିକମାସ ପଞ୍ଚୁକ ବ୍ରତର ଅନ୍ତିମ ଦିନ। ଶ୍ରୀମନ୍ଦିରରେ ଭକ୍ତଙ୍କୁ ରାଜ ରାଜେଶ୍ୱର ବେଶରେ (ସୁନାବେଶ)। ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ଶ୍ରୀଜିଉ। ମହଣ ମହଣ ସୁନାରେ ଆଭୂଷିତ ହୋଇଛନ୍ତି ଶ୍ରୀଜିଉ। ମହାପ୍ରଭୁଙ୍କ ଏହି ସୁନା ବେଶକୁ ଦର୍ଶନ କରିବା ପାଇଁ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଛି। ଆଜି ମହାପ୍ରଭୁଙ୍କ ସୁନା ବେଶ ଦର୍ଶନ କରି ବ୍ରତ ଉଦଯାପନ କରିବେ ହବିଷ୍ୟାଳି । ଭିଡକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡି କରାଯାଇଛି।

ଅନ୍ୟପକ୍ଷରେ ଗତକାଲି ରାତି ସାରା ଶ୍ରଦ୍ଧାଳୁ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି। କାର୍ତ୍ତିକ ପୂର୍ଣ୍ଣିମା ଥିବାରୁ ମହାପ୍ରଭୁଙ୍କ ପହୁଡ଼ ପଡ଼ିନି। ଆଜି ସକାଳୁ ଭିଡ଼ ଲାଗି ରହିଛି, ଯାହା ଦିନ ସାରା ରହିବ ବୋଲି ଅନୁମାନ କରାଯାଉଛି। ଲମ୍ବା ଧାଡ଼ିରେ ଛିଡ଼ା ହୋଇ ଶ୍ରଦ୍ଧାଳୁ ସିଂହଦ୍ୱାର ବାଟେ ମନ୍ଦିରରେ ପ୍ରବେଶ କରୁଛନ୍ତି। ସୁରକ୍ଷା ପାଇଁ ୫୦ ପ୍ଲାଟୁନରୁ ଅଧିକ ଫୋର୍ସ ମୁତୟନ କରାଯାଇଛି। ମାର୍କେଟ ଛକରୁ କୌଣସି ଗାଡ଼ିକୁ ଭିତରକୁ ଛଡ଼ା ଯାଉ ନାହିଁ।

Leave A Reply

Your email address will not be published.