ସମୟ ଆସିଛି ସୁଯୋଗ ଦିଅ, କହିଲେ କେଜ୍ରିୱାଲ

0

ଅହମ୍ମଦାବାଦ : ଗୁଜରାଟର ବିଧାନସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟରେ ଆଜି ଭୋଟରମାନେ ଭୋଟ୍ ଦେବା ପାଇଁ ଧାଡ଼ି ବାନ୍ଧିଛନ୍ତି। ଏହାରି ଭିତରେ ପ୍ରଧାନମନ୍ତ୍ରୀ ମୋଦୀ ମଧ୍ୟ ନିଜର ମତଦାନ କରିଥିବା ବେଳେ ସେପଟେ ଆମ୍ ଆଦମୀ ପାର୍ଟି ମୁଖ୍ୟ ଅରବିନ୍ଦ କେଜ୍ରିୱାଲ ଭୋଟରଙ୍କୁ ଏଥର କିଛି ଅଲଗା କରିବାକୁ ଅନୁରୋଧ କରିଛନ୍ତି। ଆମ୍ ଆଦମୀ ପାର୍ଟି ଏଥର ଗୁଜରାଟରେ ପ୍ରବେଶ କରିବା ପାଇଁ କଠିନ ପରିଶ୍ରମ କରୁଛି। ଦଳ ବିଜେପି ଭିତ୍ତିଭୂମିରେ ଏକ ବିଶାଳ ଅଭିଯାନ ଆରମ୍ଭ କରିଥିଲା। ଅରବିନ୍ଦ କେଜ୍ରିୱାଲ ମଧ୍ୟ ନିର୍ବାଚନରେ ସାମିଲ ହୋଇ ଦଳୀୟ ପ୍ରାର୍ଥୀଙ୍କୁ ଆଗେଇ ନେବାକୁ ପ୍ରୟାସ କରୁଛନ୍ତି।

ଅରବିନ୍ଦ କେଜ୍ରିୱାଲ ହିନ୍ଦୀରେ ଟୁଇଟ୍ କରି କହିଛନ୍ତି, “ଦ୍ୱିତୀୟ ପର୍ଯ୍ୟାୟରେ ଆଜି ଗୁଜୁରାଟର ୯୩ ଟି ଆସନରେ ମତଦାନ ଅନୁଷ୍ଠିତ ହୋଇଯାଇଛି। ‘ସମସ୍ତ ଭୋଟରଙ୍କୁ ମୋର ନିବେଦନ, ଏହି ନିର୍ବାଚନ ଗୁଜରାଟର ନୂତନ ଆଶା ଏବଂ ଆକାଂକ୍ଷା ପାଇଁ ଅଟେ। ଏହା ଏକ ନୂତନ ଅବସର ଆସିଛି, ଭବିଷ୍ୟତକୁ ଦୃଷ୍ଟିରେ ରଖି ନିଷ୍ପତ୍ତି ନିଅନ୍ତୁ ଓ ଗୁଜୁରାଟର ଅଗ୍ରଗତି ପାଇଁ ଭୋଟ୍ ଦିଅନ୍ତୁ। ଏଥର କିଛି ଅଲଗା ଏବଂ ଚମତ୍କାର କରନ୍ତୁ’ ବୋଲି କହିଛନ୍ତି କେଜରିଓ୍ବାଲ।

ସୂଚନାଥାଉକି, ଗୁଜରାଟ ବିଧାନସଭା ନିର୍ବାଚନର ଦ୍ବୀତିୟ ପର୍ଯ୍ୟାୟରେ ପାଖାପାଖି ୮୩୩ଜଣ ପ୍ରାର୍ଥୀ ନିର୍ବାଚନ ଲଢ଼ୁଛନ୍ତି। ଏଥିରେ ମଧ୍ୟ ଓ ଉତ୍ତର ଗୁଜରାଟର ପ୍ରମୁଖ ଆସନ ସାମିଲ ରହିଛି। ଆପ୍‌ ଚଳିତଥର ୯୩ଟି ଆସନରୁ ନିର୍ବାଚନ ଲଢ଼ୁଥିବା ବେଳେ କଂଗ୍ରେସ ପୂର୍ବଥର ଭଲ ପ୍ରଦର୍ଶନ କରିଥିଲା, କିନ୍ତୁ ବିଜେପି ଠାରୁ କ୍ଷମତା ହାସଲ କରିବାରେ ବିଫଳ ହୋଇଥିଲା। ଏଥର ମଧ୍ୟ କଂଗ୍ରେସ ୯୦ଟି ଆସନରୁ ନିର୍ବାଚନ ଲଢ଼ୁଛି। ତାହାର ସହଯୋଗୀ ନ୍ୟାସନାଲିଷ୍ଟ କଂଗ୍ରେସ ପାର୍ଟି (ଏନସିପି) ଦୁଇଟି ଆସନରେ ପ୍ରାର୍ଥୀ ପ୍ରତିଦ୍ବନ୍ଦିତା କରୁଛନ୍ତି।

Leave A Reply

Your email address will not be published.