ତିସ୍ତାଙ୍କୁ ଗୁଜୁରାଟ ହାଇକୋର୍ଟରୁ ଝଟକା

0

ଅହମଦାବାଦ: ୨୦୦୨ ଗୁଜରାଟ ଦଙ୍ଗା ବେଳେ ଦଙ୍ଗାକାରୀ ଏବଂ ତତ୍‌କାଳୀନ ଗୁଜରାଟ ସରକାରଙ୍କୁ ବିରୋଧ କରି ସର୍ବାଧିକ ଚର୍ଚ୍ଚିତ ଥିଲେ ସାମାଜିକ କାର୍ଯ୍ୟକର୍ତ୍ତା ଡ. ତିସ୍ତା ଶୀତଳବାଡ଼। ତେବେ ମିଥ୍ୟା ଓ ବିଭ୍ରାନ୍ତିକର ତଥ୍ୟ ରଖିବା ସହ ବିଭିନ୍ନ ତଦନ୍ତକାରୀ ସଂସ୍ଥାକୁ ମିଥ୍ୟା ସୂଚନା ଦେଇ ଗୁଜୁରାଟ ସରକାରଙ୍କୁ ବଦନାମ କରିବା ମାମଲାରେ ଅଭିଯୁକ୍ତ ତିସ୍ତା ଶୀତଳବାଡ଼ଙ୍କ ଜାମିନ ଆବେଦନକୁ ଗୁଜୁରାଟ ହାଇକୋର୍ଟ ଖାରଜ କରିଛନ୍ତି। ଜାମିନ ଆବେଦନକୁ ଖାରଜ କରିବା ସହିତ ହାଇକୋର୍ଟ ତୁରନ୍ତ ତାଙ୍କୁ ଆତ୍ମସମର୍ପଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଗତ ବର୍ଷ ସେପ୍ଟେମ୍ବର ୨୦୨୨ରେ ସୁପ୍ରିମକୋର୍ଟ ସର୍ତ୍ତମୂଳକ ଜାମିନ ପ୍ରଦାନ ବେଳେ ଗୁଜୁରାଟ ହାଇକୋର୍ଟଙ୍କ ପାଖକୁ ଯିବାକୁ କହିଥିଲେ। ତେବେ ଆଜି ଗୁଜୁରାଟ ହାଇକୋର୍ଟ ତିସ୍ତାଙ୍କ ଜାମିନ ଆବେଦନକୁ ଖାରଜ କରିଛନ୍ତି। ତିସ୍ତାଙ୍କ ଆବେଦନକୁ କୋର୍ଟ ଖାରଜ କରିଛନ୍ତି ଯେଉଁଥିରେ ତାଙ୍କ ଓକିଲ ତାଙ୍କୁ ଆଗାମୀ ୩୦ ଦିନ ମଧ୍ୟରେ ଗିରଫ ନକରିବାକୁ ଅନୁରୋଧ କରିଥିଲେ।

କିନ୍ତୁ ଜଷ୍ଟିସ ଦେଶାଇଙ୍କ ଖଣ୍ଡପୀଠ ଜାମିନ ଆବେଦନକୁ ଖାରଜ କରି ତୁରନ୍ତ ଆତ୍ମସମର୍ପଣ କରିବାକୁ କହିଛନ୍ତି । ଉଲ୍ଲେଖ ଥାଉ କି ଗତ ବର୍ଷ ୨୫ ଜୁନ୍ ୨୦୨୨ରେ ଗୁଜୁରାଟ ପୁଲିସ ତିସ୍ତାଙ୍କୁ ଗିରଫ କରିଥିଲା । ୨୦୦୨ ଗୁଜୁରାଟ ଦଙ୍ଗାରେ ନିରୀହ ଲୋକଙ୍କୁ ମିଛରେ ଫସାଇବା ପାଇଁ ଷଡଯନ୍ତ୍ର କରିଥିବା ଏବଂ ପ୍ରମାଣରେ ଜାଲିଆତି କରିଥିବାର ଅଭିଯୋଗ ହୋଇଥିଲା ।

 

 

 

 

Leave A Reply

Your email address will not be published.