ପୁଣି ମୁହାଁମୁହିଁ ହେଲେ ଟିଏମସି ଓ ବିଜେପି

0

ବେଙ୍ଗାଲୁରୁର ପ୍ରସିଦ୍ଧ ରାମେଶ୍ୱରମ କାଫେ ବିସ୍ଫୋରଣ ଘଟଣାର ୨ ମୁଖ୍ୟ ଅଭିଯୁକ୍ତ ବେଙ୍ଗଲର ପୂର୍ବ ମେଦିନାପୁର ଜିଲ୍ଲାରୁ ଧରା ପଡ଼ିଛନ୍ତି। ଦୀର୍ଘ ଦିନ ଧରି ୨ ମୁଖ୍ୟ ଅଭିଯୁକ୍ତ ଫେରାର ଥିବା ବେଳେ ଶେଷରେ ସେମାନଙ୍କୁ ଏନଆଇଏ ଗିରଫ କରିଛି।

ତେବେ ବେଙ୍ଗଲରୁ ୨ ଅଭିଯୁକ୍ତ ଧରାପଡ଼ିବା ପରେ ନିର୍ବାଚନରେ ଏହା ମୁଖ୍ୟ ପ୍ରସଙ୍ଗ ପାଲଟିଛି। ବେଙ୍ଗଲରେ କ୍ଷମତାସୀନ ଟିଏମସି ଓ ବିରୋଧୀ ବିଜେପି ମଧ୍ୟରେ ବାକଯୁଦ୍ଧ ତୀବ୍ର ହୋଇଛି।

ମମତା ବାନାର୍ଜୀଙ୍କ ଶାସନରେ ବେଙ୍ଗଲ ଆତଙ୍କବାଦୀଙ୍କ ଭୂସ୍ୱର୍ଗ ପାଲଟିଥିବା ବିଜେପି ଅଭିଯୋଗ କରିଛି। ଏହାର ଜବାବ ମମତା ବେଙ୍ଗଲର କୁଚ ବେହାର ସ୍ଥିତ ଦିନାହାଟରେ ଆୟୋଜିତ ନିର୍ବାଚନ ରାଲିରେ ଦେଇଛନ୍ତି।

ସବୁବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବିଜେପିକୁ ଟାର୍ଗେଟ କରୁଥିବା ଦିଦି କହିଛନ୍ତି, “ଯେଉଁ ଦୁଇ ଜଣ ଗିରଫ ହୋଇଛନ୍ତି, ସେମାନେ ବେଙ୍ଗଲର ନୁହନ୍ତି। ସେମାନେ ଏଠାରେ ଲୁଚି ଥିଲେ। ସେମାନଙ୍କୁ ୨ ଘଣ୍ଟା ମଧ୍ୟରେ ଗିରଫ କରାଯାଇଛି। ବେଙ୍ଗଲରେ ଯଦି ଶାନ୍ତି ପ୍ରତିଷ୍ଠା ହେଉଛି, ତା’ହେଲେ ବିଜେପି ଏହାକୁ ସହ୍ୟ କରିପାରୁନି। ବିଜେପି ଶାସିତ ଉତ୍ତର ପ୍ରଦେଶ, ରାଜସ୍ଥାନ ଓ ବିହାର କ’ଣ ସୁରକ୍ଷିତ ଥିଲା?”

Leave A Reply

Your email address will not be published.