ଟିଏମସିର ସାଧାରଣ ସମ୍ପାଦକ ଅଭିଷେକ ବାନାର୍ଜୀଙ୍କୁ ୭ ଘଣ୍ଟା ଧରି ଘାଣ୍ଟିଲା ଇଡି

0

କୋଲକାତା (ଆମ ଟିଭି): ଗତ କିଛି ଦିନ ହେବ କୋଲକାତାରେ ସକ୍ରିୟ ରହିଛି ଇଡ଼ି । ପ୍ରଥ୍ମେ ମମତାଙ୍କ ମନ୍ତ୍ରୀ ଆଉ ଏବେ ଟିଏମସି ନେତାଙ୍କୁ ଘନ ଘନ ଚଢାଉ କରୁଛି । କୋଇଲା ଦୁର୍ନୀତି ମାମଲାରେ ଆଜି ଟିଏମସିର ସାଧାରଣ ସମ୍ପାଦକ ଅଭିଷେକ ବାନାର୍ଜୀଙ୍କୁ ଇଡି ୭ ଘଣ୍ଟା ଧରି ଜେରା କରିଥିଲା। ଅଭିଷେକ ହେଉଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପୁତୁରା। ଆଜି କୋଲକାତାର ସଲଟ୍ ଲେକ ନକିଟସ୍ଥ ସିଜିଓ କମ୍ପ୍ଲେକ୍ସରେ ଥିବା ଇଡି ଅଫିସରେ ଅଭିଷେକ ହାଜର ହୋଇଥିଲେ। ୫ ଜଣିଆ ଇଡି ଅଫିସର ଅଭିଷେକଙ୍କୁ ଜେରା ପାଇଁ ଗୁରୁବରୀ କୋଲକାତାରେ ପହଞ୍ଚିଥିଲେ। ଇଡି ପକ୍ଷରୁ ଏହା ତୃତୀୟ ଥର ପାଇଁ ତାଙ୍କୁ ଜେରା କରାଯାଇଛି। ଇଡି ମଧ୍ୟ ଅଭିଷେକଙ୍କ ଶାଳି ମେନକା ଗମ୍ଭୀରଙ୍କୁ ମଧ୍ୟ ନୋଟିସ କରିଛି ।

ସେପ୍ଟେମ୍ବର ୫ରେ ତାଙ୍କୁ ନୂଆଦିଲ୍ଲୀରରେ ହାଜର ପାଇଁ ନୋଟିସ ହୋଇଛି। କୋଇଲା ଚୋରି ଅଭିଯୋଗରେ ୨୦୨୦ ମସିହା ନଭେମ୍ବର ମାସରେ କିଛି ଅଞ୍ଚଳରେ ବେଆଇନ ଖଣି ଏବଂ ପରିବହନ ସହ ଜଡ଼ିତ ଏକ ମାମଲା ସିବିଆଇ ପଞ୍ଜିକୃତ କରିଥିଲା। ଲିଜ୍ ଅଞ୍ଚଳରେ ବେଆଇ କୋଇଲା ଖଣି ଏବଂ ଏହାର ପରିବହନ ହେଉଥିବା ଖବର ସିବିଆଇ ପାଇଥିଲା। ଏହା ପରେ ବହୁ ପରିମାଣର କୋଇଲା ଜବତ କରାଯାଇଥିଲା। ସିବିଆଇ ଘରୋଇ କମ୍ପାନୀ କର୍ମଚାରୀଙ୍କ ସମେତ ରେଳବାଇ ଏବଂ ସିଏସ୍ଏଫ୍ ଅଧିକାରୀଙ୍କ ବିରୋଧରେ ମାମଲା ରୁଜୁ କରିଥିଲା। ଏହି ମାମଲାକୁ ଭିତ୍ତି କରି ଇଡି ଟଙ୍କା ଲଣ୍ଡରିଂ ମାମଲା ଦାଖଲ କରିଛି।

 

Leave A Reply

Your email address will not be published.