୬ ମାସ ଭିତରେ ଗଡିବ ଟିଏମସି ସରକାର: ଶୁଭେନ୍ଦୁ ଅଧିକାରୀ

0

କୋଲକାତା (ଆମ ଟିଭି): ଟିଏମସି ଉପରେ ବର୍ଷିଛନ୍ତି ବିଜେପି ନେତା ଶୁଭେନ୍ଦୁ ଅଧିକାରୀ । ମହାରାଷ୍ଟ୍ର ମେଣ୍ଟ ସରକାର ଗଡ଼ିବା ପରେ ଏବେ ପଶ୍ଚିମବଙ୍ଗ ଟିଏମ୍ସିକୁ ସରକାର ଗଡ଼ିବା ନେଇ ଆଗୁଆ ସୂଚନା ଦେଲେଣି ବିଜେପି ନେତା। ରାଜ୍ୟ ବିରୋଧୀ ଦଳର ନେତା ଶୁଭେନ୍ଦୁ ଅଧିକାରୀ ଏପରି କହିଛନ୍ତି। ଆସନ୍ତା ୬ ମାସ ମଧ୍ୟରେ ରାଜ୍ୟରେ ଟିଏମ୍ସି ସରକାର ରହିବ ନାହିଁ ବୋଲି ଶୁଭେନ୍ଦୁ ଅଧିକାରୀ କହିଛନ୍ତି। ଟିଏମ୍ସି ଦଳ ରାଜ୍ୟରେ ଏକ ପୋଷ୍ଟର ମାରିଥିଲା। ଯେଉଁଥିରେ ଲେଖାଥିଲ- ଆସନ୍ତା ୬ ମାସ ମଧ୍ୟରେ ନୂଆ ଓ ନବଗଠିତ ଟିଏମ୍ସି ସରକାର ଆସୁଛି। ଏହି ବୋଷ୍ଟରକୁ ନେଇ ଶୁଭେନ୍ଦୁ ଅଧିକାରୀ ଏଭଳି ମନ୍ତବ୍ୟ ଦେଇଛନ୍ତି।

ପୂର୍ବ ମେଦିନାପୁରକୁ ଆସି ଏହାରି ଉପରେ ପ୍ରତିକ୍ରିୟା ଦେଇ ପରୋକ୍ଷରେ ଟିଏମ୍ସି ନେତାଙ୍କୁ ଇଡି ଭୟ ଦେଖାଇଛନ୍ତି। ସେ କହିଛନ୍ତି “ ଇଡି ଓ ସିବିଆଇ ତାଙ୍କ କାମ କରୁଛନ୍ତି। ଏହି ଦଳ ଆଉ ୬ ମାସ ବି ତିଷ୍ଟି ରହିପାରିବ ନାହିଁ। ଡିସେମ୍ବର ସେମାନଙ୍କ ପାଇଁ ଶେଷ ସମୟ। ” ବର୍ତ୍ତମାନ ଟିଏମ୍ସି ଓ ମମତାଙ୍କୁ ନିକଟତର ନେତାମାନଙ୍କ ଉପରେ କେନ୍ଦ୍ରୀୟ ସଂସ୍ଥା ଚଢ଼ାଉ କରୁଛି। ଏହାକୁ ନଜରରେ ରଖି ଶୁଭେନ୍ଦୁ ଏପରି କହିଛନ୍ତି।

 

Leave A Reply

Your email address will not be published.