ନୂଆଦିଲ୍ଲୀ (ଆମ ଟିଭି): ପୁଣି ସୀମା ଲଂଘିଲେ ଟିଏମସି ନେତା । ରାଷ୍ଟ୍ରପତିଙ୍କୁ ପୁଣି କଲେ ଅପମାନ । ପଶ୍ଚିମବଙ୍ଗ ମମତା ସରକରାରେ ମନ୍ତ୍ରୀ ଅଖିଲ ଗିରି ରାଷ୍ଟ୍ରପତି ଦ୍ରୋପଦୀ ମୁର୍ମୁଙ୍କ ଲୁକ୍ ଉପରେ ବିବାଦୀୟ ଟିପ୍ପଣୀ କରିଛନ୍ତି । ନନ୍ଦିଗ୍ରାମରେ ଏକ ଭିଡକୁ ସମ୍ୱୋଧିତ କରିବା ସମୟର ମନ୍ତ୍ରୀଙ୍କ ଭିଡିଓ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓକୁ ବିଜେପି କଡ଼ା ନିନ୍ଦା କରିଛି । ଅନ୍ୟପଟେ ଟିଏମସିର ଦାବି ଯେ ବାସ୍ତବରେ ମନ୍ତ୍ରୀ କହୁଥିଲେ ଯେ, ଲୋକଙ୍କୁ ସେମାନଙ୍କ ଚେହେରାକୁ ନେଇ ଟିଏମସି ମୂଲ୍ୟାଙ୍କନ କରି ନଥାଏ।
ସହିଦ ଦିବସ ସମାରୋହ ସମୟରେ ନନ୍ଦିଗ୍ରାମ ନିର୍ବାଚନୀ କ୍ଷେତ୍ରରେ ଅଖିଲ ଗିରି ବିରୋଧୀ ଦଳ ନେତା ସୁଭେନ୍ଦୁ ଅଧିକାରୀଙ୍କୁ ଟାର୍ଗେଟ କରିଥିଲେ। ଅଧିକାରୀଙ୍କୁ ଚ୍ୟାଲେଞ୍ଜ ଦେଇ ଅଖିଲ ଗିରି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ନାଁ ନନେଇ ଟିପ୍ପଣୀ କରିଥିଲେ । ମନ୍ତ୍ରୀ କହିଥିଲେ,’ତୃଣମୂଳ ଲୋକଙ୍କୁ ସେମାନଙ୍କ ଲୁକ୍ କୁ ନେଇ ଜଜ କରିନଥାଏ । ସେ(ସୁଭେନ୍ଦୁ ଅଧିକାରୀ) କହୁଛନ୍ତି ଯେ ମୁଁ(ଅଖିଲ ଗିରି) ସୁନ୍ଦର ନାହିଁ । ସେ କେତେ ସୁନ୍ଦର ଅଛନ୍ତି ! ଆମେ ଲୋକଙ୍କୁ ସେମାନଙ୍କ ରୂପକୁ ନେଇ ଜଜ୍ କରି ନଥାଉ । ଆମେ ଆପଣଙ୍କ ରାଷ୍ଟ୍ରପତିଙ୍କ ଚୌକିକୁ ସମ୍ମାନ କରୁଛୁ । ଆପଣଙ୍କ ରାଷ୍ଟ୍ରପତି କିପରି ଦେଖାଯାଉଛନ୍ତି’?