ନୂଆଦିଲ୍ଲୀ (ଆମ ଟିଭି): ପ୍ରତିଦିନ କିଛି ନା କିଛି ପ୍ରସଙ୍ଗକୁ ନେଇ ବିରୋଧୀ ସଂସଦରେ ବିରୋଧ କରୁଛନ୍ତି । କେତେବେଳେ ଦରବୃଦ୍ଧି ତ ଆଉ କେତେବେଳେ ବେରୋଜଗାର ପ୍ରସଙ୍ଗକୁ ନେଇ ସଂସଦରେ ପ୍ରତିଦିନ ବିରୋଧୀ ସାଂସଦ ହଙ୍ଗମା କରୁଛନ୍ତି। ମୌସୁମୀ ଅଧିବେଶନରେ ମଧ୍ୟ ଏହା ଦେଖିବାକୁ ମିଳିଛି। ସୋମବାର ଟିଏମସି ସାଂସଦ କାକୋଲି ଘୋଷ ଦରବୃଦ୍ଧିକୁ ବିରୋଧ କରିବା ପାଇଁ ଏକ ଭିନ୍ନ ଉପାୟ ଆପଣାଇଥିଲେ।
ଟିଏମସି ସାଂସଦ ସଂସଦରେ ଅଭିଭାଷଣ ଦେବା ସମୟରେ କଞ୍ଚା ବାଇଗଣ ଖାଇ କେନ୍ଦ୍ର ସରକାରଙ୍କୁ ଘେରିଥିଲେ। ସେ କହିଥିଲେ ଦେଶରେ ଗ୍ୟାସ ସିଲିଣ୍ଡର ଏତେ ମହଙ୍ଗା ହୋଇଛି ଯେ, ପରିବା ରୋଷେଇ କରି ଖାଇବା ସମ୍ଭବପର ହୋଇନାହିଁ। ସେ କହିଛନ୍ତି ମୋଦୀ ସରକାରରେ ଏଲପିରି ସିଲିଣ୍ଡରର ଦାମ ଏତେ ବଢିଛି ଯେ, ପରିବା କଞ୍ଚାରେ ଖାଇବାକୁ ବାଧ୍ୟ ହେଉଛନ୍ତି।