ନୂଆଦିଲ୍ଲୀ(ଆମ ଟିଭି): ତୃଣମୂଳ କଂଗ୍ରେସ ସାଂସଦ ଡେରେକ୍ ଓବ୍ରାଇନ୍ଙ୍କୁ ଗୁରୁବାର ରାଜ୍ୟସଭାରୁ ନିଲମ୍ବନ କରାଯାଇଛି। ସଂସଦରେ ସୁରକ୍ଷା ଭଙ୍ଗ ପ୍ରସଙ୍ଗକୁ ନେଇ ବିରୋଧୀଙ୍କ ହଟ୍ଟଗୋଳ ସମୟରେ ଓବ୍ରାଇନ୍ ହୋହଲ୍ଲା କରି ଗୃହର ମଧ୍ୟଭାଗକୁ ଚାଲି ଆସିଥିଲେ।
ଏହାପରେ ତାଙ୍କୁ ଗୃହରୁ ନିଲମ୍ବନ କରାଯାଇଛି। ଏଥିସହ ରାଜ୍ୟସଭାକୁ ମୁଲତବୀ ଘୋଷଣା କରାଯାଇଛି।