ସରକାରୀ ବଙ୍ଗଳା ଖାଲି କଲେ ଟିଏମସି ସାଂସଦ ମହୁଆ ମୋଇତ୍ରା

0

ନୂଆଦିଲ୍ଲୀ(ଆମ ଟିଭି): କାମ କଲାନି ମହୁଆଙ୍କ ପ୍ରଚେଷ୍ଟା । ଟଙ୍କା ନେଇ ପ୍ରଶ୍ନ ପଚାରିବା ମାମଲାରେ ଲୋକ ସଭାରୁ ବହିଷ୍କୃତ ହୋଇଥିବା ଏମ୍ପି ମହୁଆ ମୋଇତ୍ରାଙ୍କୁ ଶେଷରେ ସରକାରୀ ବଙ୍ଗଳା ଖାଲି କରିବାକୁ ପଡିଛି। ଦୁଇ ଦିନ ପୂର୍ବେ ବଙ୍ଗଳା ଖାଲି କରିବାକୁ ପୁଣି ଥରେ ମହୁଆକୁ ନୋଟିସ ପଠାଯାଇଥିଲା। ଏହା ପରେ ମହୁଆ ଦିଲ୍ଲୀ ହାଇକୋର୍ଟଙ୍କ ନିକଟରେ ପହଞ୍ଚିଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିଲା। ହାଇକୋର୍ଟ ମହୁଆଙ୍କ ଆବେଦନକୁ ପ୍ରତ୍ୟାଖ୍ୟାନ କରିଦେଇଥିଲେ।

ସୂଚନାଯୋଗ୍ୟ, ଟଙ୍କା ନେଇ ପ୍ରଶ୍ନ ପଚାରିବା ମାମଲାରେ ୮ ଡିସେମ୍ବର ୨୦୨୩ରେ ମହୁଆଙ୍କ ଲୋକ ସଭା ସଦସ୍ୟତା ରଦ୍ଦ କରାଯାଇଥିଲା। ଏହା ପରେ ତାଙ୍କୁ ସରକାରୀ ବଙ୍ଗଳା ଖାଲି କରିବାକୁ ଦୁଇଥର କୁହାଯାଇଥିଲା, କିନ୍ତୁ ସେ ଏଥିପ୍ରତି ଧ୍ୟାନ ଦେଇ ନ ଥିଲେ। ଏହା ପରେ ତୃତୀୟ ଥର ପାଇଁ ତାଙ୍କୁ ତୁରନ୍ତ ବଙ୍ଗଳା ଖାଲି କରିବାକୁ ନୋଟିସ ପଠାଯାଇଥିଲା। ମହୁଆଙ୍କୁ ଏହି ବଙ୍ଗଳାକୁ ଲୋକ ସଭା ଏମ୍ପି ଭାବରେ ଦିଆଯାଇଥିଲା, କିନ୍ତୁ ତାଙ୍କର ସଦସ୍ୟତା ବାତିଲ ହେବା ମାତ୍ରେ ତାଙ୍କୁ ବଙ୍ଗଳା ଖାଲି କରିବାକୁ କୁହାଯାଇଥିଲା।

Leave A Reply

Your email address will not be published.