ନୂଆଦିଲ୍ଲୀ (ଆମ ଟିଭି): ମହୁଆଙ୍କ ପିଛା ଛାଡୁନି ବିବାଦ। ଏବେ ପୁଣି ସମସ୍ୟା ପିଛା ଛାଡିବାରେ ନାଁ ନେଉନି। ସାଂସଦ ପଦ ପରେ ଖୂବ ଶୀଘ୍ର ହାତରୁ ଯିବ ସରକାରୀ ବାସଭବନ। ଆମେ କହୁଛୁ ଟିଏମସି ନେତ୍ରୀ ତଥା ସାଂସଦ ମହୁଆ ମୈତ୍ରଙ୍କ କଥା। ଦିଲ୍ଲୀରୁ କୋଲକାତା ଚର୍ଚ୍ଚାରେ ସାଂସଦ ମହୁଆ। ନିକଟରେ ଲୋକସଭା ଏଥିକ୍ସ କମିଟିର ସୁପାରିଶ କ୍ରମେ ଟିଏମସି ସାଂସଦ ମହୁଆ ମୈତ୍ରଙ୍କ ସାଂସଦ ପଦ ରଦ୍ଦ ହୋଇଛି।
ବଢିବାରେ ଲାଗିଛି ମହୁଆଙ୍କ ସମସ୍ୟା। ଲୋକସଭାରୁ ବହିଷ୍କାର ହେବା ପରେ ଏବେ ୩୦ ଦିନ ମଧ୍ୟରେ ହିଁ ତାଙ୍କୁ ସରକାରୀ ବାସଭବନ ଖାଲି କରିବାକୁ କହିଲେ ସଂସଦର ହାଉସିଂ କମିଟି। ମହୁଆଙ୍କ ବିରୋଧରେ ’କ୍ୟାସ୍ ଫର୍ କ୍ୱେରି’ ଅଭିଯୋଗରେ ରିପୋର୍ଟ ଆସିବା ପରେ ଡିସେମ୍ବର ୮ରେ ସାଂସଦ ପଦ ରଦ୍ଦ କରାଯାଇଥିଲା। ଏବେ ତାଙ୍କୁ ସରକାରୀ ବାସଭବନ ଖାଲି କରିବାକୁ ପଡିବ, ଏ ସମ୍ପର୍କରେ କାର୍ଯ୍ୟ ମଧ୍ୟ ଆରମ୍ଭ ହୋଇଥିବା ନେଇ ଜଣାପଡିଛି ।୩୦ ଦିନ ମଧ୍ୟରେ ସରକାରୀ ବାସଭବନ ଛାଡ଼ିବାକୁ ହାଉସିଂ କମିଟି ତରଫରୁ ନୋଟିସ୍ ଜାରି କରାଯାଇଛି।