ଭୁବନେଶ୍ୱର(ଆମ ଟିଭି): ୨୦୨୪ ନିର୍ବାଚନକୁ ନେଇ ସରଗରମ ହେଲାଣି ରାଜ୍ୟ ରାଜନୀତି । ଏହାରି ଭିତରେ ଆଜି ଓଡ଼ିଶା ଗସ୍ତରେ ଆସୁଛନ୍ତି ବିଜେପି କ୍ଷେତ୍ରୀୟ ପ୍ରଭାରୀ ସୁନୀଲ ବଂଶଲ । ଆଜିଠାରୁ ବିଜେପିର ଦୁଇଦିନିଆ ସାଂଗଠନିକ ବୈଠକ ହେବାକୁ ଯାଉଥିବାରୁ ସେ ଦଳର ଆଗାମୀ ରଣନୀତି ସମ୍ପର୍କରେ ଆଲୋଚନା କରିବେ । ପଦ୍ମପୁର ଉପନିର୍ବାଚନରେ ଦଳର ପରାଜୟର ସମୀକ୍ଷା କରିବେ ବଂଶଲ ।
ଧାମନଗର ଉପନିର୍ବାଚନ ଜିତିବା ପରେ ବିଜେପି ଦଳ ପୂରା ଜୋରରେ ପଦ୍ମପୁର ପାଇଁ ପ୍ରଚାର କରିଥିଲା । କିନ୍ତୁ ବିଜେଡି ପ୍ରାର୍ଥୀଙ୍କ ଠାରୁ ବହୁ ପଛରେ ରହିଯାଇଥିଲେ ଭାରତୀୟ ଜନତା ପ୍ରାର୍ଥୀ ପ୍ରଦୀପ ପୁରୋହିତ । କେଉଁଥି ପାଇଁ ଦଳ ସେଠାରେ ହାରିଲା, ସେ ନେଇ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯିବ । ବୈଠକରେ ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଦଳ କିପରି ମଜଭୁତ ହେବ, ସେନେଇ ଗୁରୁମନ୍ତ୍ର ଦେବେ ସୁନୀଲ ବଂଶଲ ।