ଭୁବନେଶ୍ୱର(ଆମ ଟିଭି): ଶାରଦୀୟ ଦୁର୍ଗାପୂଜା ପାଇଁ ଟ୍ୱିନ୍ ସିଟିରେ ଅସମ୍ଭାଳ ଭିଡ଼ ଦେଖିବାକୁ ମିଳୁଛି । ଏହାରି ଭିତରେ ଏକ ବଡ଼ ଖବର ଆସୁଛି ଯେ, ଆଜି ଅପରାହ୍ନ ୩ଟା ୩୦ରୁ ମୋ ବସ୍ ଚାଲିବ କି ନାହିଁ, ନିଷ୍ପତି ନେବେ କର୍ତୃପକ୍ଷ । ତେବେ ୩ଟା ୩୦ ଯାଏଁ ନିର୍ଦ୍ଧାରିତ ରୁଟରେ ସମୟ ଅନୁସାରେ ମୋ ବସ୍ ଚାଲିବ । ଏହାପରେ ସ୍ଥିତି ଦେଖି ନିଷ୍ପତି ନିଆଯିବ ବୋଲି କ୍ରୁଟ ପକ୍ଷରୁ ଟୁଇଟ୍ କରି ସୂଚନା ଦିଆଯାଇଛି ।
ରାଜଧାନୀରେ ହଜାର ହଜାର ଲୋକ ମୋ ବସ୍ ଉପରେ ନିର୍ଭର କରନ୍ତି । ପାର୍ବଣରେ ଅସମ୍ଭାଳ ଭିଡ । ଭିଡରେ ଉଛୁଲିଳା ରାଜଧାନୀ । ଗତକାଲି ମହାଷ୍ଟମୀ ଯୋଗୁ ରାଜଧାନୀ ରାସ୍ତାର ବିଭିନ୍ନ ସ୍ଥାନରେ ଅସମ୍ଭବ ଟ୍ରାଫିକ ସମସ୍ୟା ଦେଖିବାକୁ ମିଳିଥିଲା । ଏମିତି ଲାଗୁଥିଲା, ଯେମିତି ସାରା ସହର ରାସ୍ତା ଉପରକୁ ଚାଲି ଆସିଥିଲା । ୮ କିଲୋମିଟର ରାସ୍ତା ଯିବା ପାଇଁ ପାଖାପାଖି ଅଢେଇ ଘଂଟା ସମୟ ଲାଗିଥିଲା ।