ଆଜି ହେଉଛି ବାୟୁସେନା ଦିବସ

0

ନୂଆଦିଲ୍ଲୀ: ଆଜି ଭାରତୀୟ ବାୟୁ ସେନାର ୯୦ ତମ ପୂର୍ତ୍ତି ଅବସରରେ କେନ୍ଦ୍ର ସରକାର ଏକ ନୂଆ ବ୍ରାଞ୍ଚ ଭେଟି ଦେଇଛନ୍ତି। ବାୟୁସେନା ଅଧିକାରୀ(ଆଇଏଫ)ଙ୍କ ଲାଗି ‘ୱିପନ ସିଷ୍ଟମ ବ୍ରାଞ୍ଚ’ ଖୋଲିବା ଲାଗି କେନ୍ଦ୍ର ସରକାର ମଞ୍ଜୁର କରିଛନ୍ତି । ଦେଶ ସ୍ୱାଧୀନ ହେବା ପରଠାରୁ ପ୍ରଥମ ଥର ଲାଗି ବାୟୁ ସେନାରେ ଏହି ନୂଆ ଅପରେଶନ ଶାଖା ଖୋଲିବା ପାଇଁ ପଦକ୍ଷେପ ନିଆଯାଇଛି।  ଏହା ହେଉଛି ଏକ ଯୁଦ୍ଧ ଏୟାରକ୍ରାଫ୍ଟ ।

ଚଣ୍ଡିଗଡ଼ରେ ବାୟୁ ସେନା ପକ୍ଷରୁ ୯୦ତମ ବାର୍ଷିକ ସମାରୋହରେ ଯୋଗ ଦେଇ  ଭାରତୀୟ ବାୟୁସେନା ମୁଖ୍ୟ ମାର୍ସାଲ ଭିଆର ଚୌଧୁରୀ କହିଛନ୍ତି ଯେ, ଭୂପୃଷ୍ଠରୁ ଭୂପୃଷ୍ଠକୁ ଓ ଭୂପୃଷ୍ଠରୁ ଆକାଶକୁ ନିକ୍ଷେପ କରାଯାଉଥିବା କ୍ଷେପଣାସ୍ତ୍ର, ଏବଂ ଦୁଇ ବା ଅଧିକ କ୍ରୁ’ଥିବା ରିମୋର୍ଟ ଚାଳିତ ବିମାନର ୪ଟି ସୁଦକ୍ଷ ଧାରା ଚଳାଇବା ଲାଗି ଲାଗି ଉପରୋକ୍ତ ବ୍ୟବସ୍ଥା କରାଯାଇଛି। ଏହା ହେଉଛି ଏକ ଦୂର ସଂଚାଳିତ ବିମାନ ପ୍ରଣାଳୀ । ତେବେ ଏହି ନୂଆ ବ୍ରାଞ୍ଚ ପାଇଁ ପାଇଲଟ ତାଲିମ ପାଇଁ ଖର୍ଚ୍ଚ ହେଉଥିବା ୩୪୦୦ କୋଟି ଟଙ୍କା ସଞ୍ଚୟ ହୋଇ ପାରିବ ବୋଲି ଭିଆର ଚୌଧୁରୀ କହିଛନ୍ତି।  ଏହି ଅବସରରେ ଚଣ୍ଡିଗଡ଼ ଏୟାରଫୋର୍ସ ଷ୍ଟେସନରେ  ପରେଡ୍ ଅଭିବାଦନ ଗ୍ରହଣ କରିଛନ୍ତି ବାୟୁସେନା ମୁଖ୍ୟ ଏୟାର ଚିଫ୍ ମାର୍ଶଲ  ବିଆର ଚୌଧୁରୀ । ଆଜି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରାଷ୍ଟ୍ରପତି ଦୌପଦ୍ରୀ ମୁର୍ମୁ ଓ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଯୋଗଦେବେ।

Leave A Reply

Your email address will not be published.