ଆଜି ବିଜେପିର ପ୍ରତିଷ୍ଠା ଦିବସ
ନୂଆଦିଲ୍ଲୀ(ଆମ ଟିଭି): ଆଜିର ଦିନରେ ପ୍ରତିଷ୍ଠା ହୋଇଥିଲା ବିଶ୍ୱା ସର୍ବବୃହତ ରାଜନୈତିକ ଦଳ ବିଜେପି । ଆଜି ହେଉଛି ବିଜେପିର ପ୍ରତିଷ୍ଠା ଦିବସ । ଏହି ଅବସରରେ ଦଳୀୟ କର୍ମୀଙ୍କୁ ମନ୍ତ୍ର ଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଦିନ ୧୦ଟାରେ ମୋଦୀ ଦଳୀୟ କର୍ମୀଙ୍କୁ ଉଦ୍ବୋଧନ ଦେବାର କାର୍ୟ୍ୟକ୍ରମ ରହିଛି ।
ସେହିପରି ଓଡ଼ିଶାରେ ବିଜେପି ପକ୍ଷରୁ ଆରମ୍ଭ ହେବ ଗାଁ ଗାଁ ଚାଲ, ଘର ଘର ଚାଲ, ଅଭିଯାନ । ଆଜିଠାରୁ ଆସନ୍ତା ୧୪ ତାରିଖ ପର୍ୟ୍ୟନ୍ତ ଏହି ଅଭିଯାନ ଚଳାଇବ ରାଜ୍ୟ ବିଜେପି । ଆମ୍ବେଦକର ଜୟନ୍ତୀ ପର୍ୟ୍ୟନ୍ତ ୯ ଦିନ ଧରି ଏହି କାର୍ୟ୍ୟକ୍ରମ ଚାଲିବ ।