ଆଜି ଭାରତ ଅଷ୍ଟ୍ରେଲିଆ ଦିନିକିଆ

0

ରାଜକୋଟ,: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ତିନି ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜର ତୃତୀୟ ତଥା ଅନ୍ତିମ ମ୍ୟାଚ୍‌ ଆଜି ଖେଳାଯିବ। ଟିମ ଇଣ୍ଡିଆ ଏହି ସିରିଜ୍‌ରେ ୨-୦ରେ ଆଗରେ ଅଛି। ଏହି ମ୍ୟାଚ ପାଇଁ ଉଭୟ ଦଳର ପ୍ଲେ-୧୧ରେ ବଡ ପରିବର୍ତ୍ତନ ଦେଖିବାକୁ ମିଳିବ। ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବ୍ୟତୀତ ଓପନର୍‌ ଶୁଭମାନ ଗିଲ, ଦ୍ରୁତ ବୋଲର ମହମ୍ମଦ ଶାମି, ଶାର୍ଦ୍ଦୁଲ ଠାକୁର ଏବଂ ଅକ୍ଷାର ପଟେଲ ପ୍ଲେ-୧୧ ଖେଳର ଅଂଶ ହେବେ ନାହିଁ। ଭାରତ ଅଷ୍ଟ୍ରେଲିଆ ବିପକ୍ଷରେ କ୍ଲିନ୍‌ସୁଇପ୍‌ ପାଇଁ ପଡିଆକୁ ଓହ୍ଲାଇବ। ସେପଟେ ଅଷ୍ଟ୍ରେଲିଆ ବିଶ୍ୱକପ୍‌ ପୂର୍ବରୁ ଏହି ମ୍ୟାଚ୍‌ ଜିତି ମନୋବଳ ଦୃଢ କରିବାକୁ ଚାହିଁବ।

ଭାରତ ବନାମ ଅଷ୍ଟ୍ରେଲିଆ ତୃତୀୟ ଦିନିକିଆ ମ୍ୟାଚ ୧.୩୦ରେରେ ଆରମ୍ଭ ହେବ। ଟସ ଏହାର ଅଧ ଘଣ୍ଟା ପୂର୍ବରୁ ଅର୍ଥାତ୍‌ ଦିନ ୧ଟାରେ ହେବ। ଏହି ମ୍ୟାଚ୍‌ ସ୍ପୋର୍ଟସ ୧୮ ଚ୍ୟାନେଲରେ ସିଧା ପ୍ରସାରଣ ହେବ। ଏଥି ସହିତ ଡିଡି ସ୍ପୋର୍ଟସରେ ମାଗଣାରେ ମ୍ୟାଚ ଦେଖିପାରିବେ। ଜିଓ ସିନେମା ଆପରେ ଆପଣ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ତୃତୀୟ ଦିନିକିଆ ମ୍ୟାଚ ଅନଲାଇନରେ ଦେଖିପାରିବେ।

Leave A Reply

Your email address will not be published.