ଆଜି କିସ୍ ଡେ’ – ଜାଣନ୍ତୁ କେଉଁ କିସ୍‌ର ଅର୍ଥ କ’ଣ?

0

ଭୁବନେଶ୍ବର (ଆମ ଟିଭି): ଆଜି ହେଉଛି ଭାଲେଣ୍ଟାଇନ୍‌ ୱିକ୍‌ର ସପ୍ତମ ଦିନ କିସ୍‌ ଡେ’। ପ୍ରେମୀ ଯୁଗଳଙ୍କ ପାଇଁ ଫେବ୍ରୁଆରି ୧୩ ଦିନଟି ଖାସ୍‌ ଥାଏ। ଏହି ଦିନକୁ ପ୍ରେମୀ ଯୁଗଳମାନେ ବଡ଼ ଆନନ୍ଦର ସହ ପାଳନ କରିଥାନ୍ତି। ତେବେ ଆପଣ ଜାଣିଛନ୍ତି କି, କେଉଁ କିସ୍‌ର ଅର୍ଥ କ’ଣ? କିସ୍‌ ମାଧ୍ୟମରେ ଜାଣନ୍ତୁ ସାଥିର ମନ କଥା।

*ମଥାରେ କିସ୍‌*

ଯଦି ଆପଣଙ୍କ ସାଥି ଆପଣଙ୍କ ମଥାରେ କିସ୍‌ ଦିଏ, ତେବେ ତାହା ହେଉଛି ବିଶ୍ୱାସର ପ୍ରତୀକ। ନିଜ ସାଥି ପ୍ରତି ନଜ ଭଲପାଇବାକୁ ଜଣାଇବା ପାଇଁ ମଥାରେ କିସ୍‌ କରିଥାନ୍ତି। ପ୍ରେମର ସମ୍ପର୍କର ଆରମ୍ଭରେ ସାଥି ମଥାରେ କିସ୍‌ କରିଥାନ୍ତି।

*ହାତରେ କିସ୍‌*

ଯଦି ଆପଣଙ୍କ ସାଥି ଆପଣଙ୍କ ହାତରେ କିସ୍‌ କରୁଛି, ତେବେ ସେ ଆପଣଙ୍କୁ ବହୁତ ସମ୍ମାନ କରୁଛନ୍ତି। ତେବେ ନିଜ ସାଥିଙ୍କୁ ପ୍ରଥମେ ହାତରେ କିସ୍‌ କରନ୍ତୁ। ଏହା ତାଙ୍କ ପ୍ରତି ଏକ ସ୍ନେହର ପ୍ରତୀକ ହୋଇଥାଏ।

*ଗାଲରେ କିସ୍‌*

ସାଥିଙ୍କୁ ଗାଲରେ କିସ୍‌ କରିବା ଅର୍ଥ ହେଉଛି ବନ୍ଧୁତ୍ୱର ପ୍ରତୀକ। ଅଭିନନ୍ଦନର ଜଣାଇବା ତଥା ନିଜ ସାଥି ଅନୁରାଗରେ ଗାଲ କିସ୍‌ କରିଥାନ୍ତି।

*ଲିପ୍‌ କିସ୍‌*

ଲିପ୍‌ କିସ୍‌ ହେଉଛି ସବୁଠୁ ରୋମାଣ୍ଟିକ୍‌ କିସ୍‌। ସାଥିର ଓଠରେ କିସ୍‌ କରିବାକୁ ଲିପ୍‌ କିସ୍‌ ବା ଫ୍ରେଞ୍ଚ କିସ୍‌ କୁହାଯାଏ। ତେବେ ଲିପ୍‌ କିସ୍‌ ସାଥି ପ୍ରତି ଥିବା ଆବେଗକୁ ଦର୍ଶାଇଥାଏ। ଏହା ପ୍ରେମ ସମ୍ପର୍କକୁ ସୁଦୃଢ଼ କରିଥାଏ।

 

*ଚୁମ୍ବନ କରିବା ଦ୍ୱାରା ଶରୀରକୁ ମିଳେ କେଉଁ ସବୁ ଲାଭ*

– କିସ୍‌ କରିବା ଦ୍ୱାରା ଶରୀରରୁ ଆଡ୍ରେନାଲିନ୍‌ ନାମକ ହରମୋନ୍‌ କ୍ଷରିତ ହୋଇଥାଏ। ଏହି ହରମୋନ୍‌ ହାର୍ଟ ପାଇଁ ଲାଭଦାୟକ ହୋଇଥାଏ। ଶରୀରରେ ରକ୍ତ ସଞ୍ଚାଳନ ଲାଗି ହାର୍ଟକୁ ପମ୍ପ କରିବାରେ ଏହି ହରମୋନ୍‌ ସାହାଯ୍ୟ କରେ। ଏହା ବ୍ଲଡ ପ୍ରେସରକୁ କମ୍‌ କରିବା ସହ ରକ୍ତ ସଞ୍ଚାଳନକୁ ତ୍ୱରାନ୍ଵିତ କରିଥାଏ।

କିସ୍‌ କରିବା ବେଳେ ମୁହଁରୁ ବାହାରୁଥିବା ଲାଳ ଦାନ୍ତର କ୍ୟାଭିଟି ଦୂର କରିବା ସହ ବ୍ୟାକ୍ଟେରିଆକୁ ମାରିଥାଏ।

-କିସ୍‌ କରିବା ଦ୍ୱାରା ମହିଳାଙ୍କ ରୋଗ ପ୍ରତିଷେଧକ ଶକ୍ତି ବୃଦ୍ଧିପାଏ। ଏହା ମହିଳାଙ୍କୁ ସାଇଟୋମେଗାଲୋ ଭାଇରସ୍‌ରୁ ରକ୍ଷା କରେ। ଏହି ଭାଇରସ୍‌ ଗର୍ଭାବସ୍ଥାରେ ଶିଶୁଙ୍କୁ ଅନ୍ଧ କରିଥାଏ।

ଶରୀରରୁ କ୍ୟାଲୋରୀ କମ୍‌ କରିବାରେ କିସ୍‌ ସାହାଯ୍ୟ କରେ। ପ୍ରାୟ ୧ ମିନିଟ୍‌ କିସ୍‌ କଲେ ୨ରୁ ୩ କ୍ୟାଲୋରୀ ବର୍ଣ୍ଣ ହୋଇଥାଏ। କେବଳ ଏତିକି ନୁହେଁ, କିସ୍‌ ଦ୍ୱାରା ଶରୀରର ମେଟାବଲିକ୍‌ ରେଟ୍‌ ବି ବଢ଼େ।

-ସାରା ଦିନର ଚିନ୍ତା ଓ ଥକାପଣ କମ୍‌ କରିବାରେ ନିଜ ପ୍ରିୟ ଲୋକର ଏକ ପ୍ରେମଭରା ଚୁମ୍ବନ ହିଁ ଯଥେଷ୍ଟ। କିସ୍‌ କରିବା ଦ୍ୱାରା ଶରୀରରେ କୋର୍ଟିଜୋଲର ସ୍ତର କମ୍‌ ହୋଇଥାଏ। ଏହା ଦ୍ୱାରା ଚିନ୍ତା ଦୂର ହୋଇଥାଏ।

-କିସ୍‌ କରିବା ବେଳେ ୩୪ ଫେସିଆଲ ମାଂସପେଶୀ ଓ ଶରୀରର ୧୧୨ ପୋଶ୍ଚରାଲ ମାଂସପେଶୀ ବ୍ୟବହୃତ ହୋଇଥାଏ। କିସ୍‌ କରିବା ଦ୍ୱାରା ମାଂସପେଶୀ ଟାଇଟ୍‌ ଓ ଟୋନ୍‌ଡ ରହେ ଓ ଦୀର୍ଘଦିନ ପର୍ଯ୍ୟନ୍ତ ଯୁବାବସ୍ଥା ବଜାୟ ରହେ।

Leave A Reply

Your email address will not be published.