ଆଜି ହେଉଛି ଜାତୀୟ ପ୍ରେସ ଦିବସ
ଭାରତର ସ୍ୱାଧୀନ ଓ ଦାୟିତ୍ୱସମ୍ପନ୍ନ ପ୍ରେସର ପ୍ରତୀକ ସ୍ୱରୂପ ପ୍ରତି ବର୍ଷ ନଭେମ୍ବର ୧୬ରେ ପାଳନ କରାଯାଏ ଜାତୀୟ ପ୍ରେସ ଦିବସ । ଏହି ଶକ୍ତିଶାଳୀ ମାଧ୍ୟମର ମାନ ବଜାଇ ରଖିବା ଏବଂ କୌଣସି ବାହ୍ୟ ପ୍ରଭାବ ଓ ଧମକରେ ମୁଣ୍ଡନୁଆଁଇିବା ପରିବର୍ତ୍ତେ ଜନହିତରେ କାର୍ଯ୍ୟକରିବାର ସ୍ୱାଧୀନତା ପ୍ରେସକୁ ମିଳିଛି । ପ୍ରେସ ଏହି ଦାୟିତ୍ୱକୁ ସୁଚାର ରୂପେ ପାଳନ କରୁଛି କି ନାହିଁ , ତାର ତଦାରଖ ଦାୟିତ୍ୱ ଭାରତୀୟ ପ୍ରେସ ପରିଷଦର । ବିଶ୍ୱରେ ଅନେକ ପ୍ରେସ ବା ମିଡିଆ କାର୍ଯ୍ୟକରୁଥିଲେ ହେଁ ଭାତତୀୟ ପ୍ରେସ ପରିଷଦ ଅନ୍ୟନ ଏବଂ ଏକମାତ୍ର ସଂସ୍ଥା, ଯାହା ପ୍ରେସର ସ୍ୱାଧୀନତା ବଜାୟ ରଖିବା ଦିଗରେ ବଦ୍ଧପରିକର ।
ସ୍ୱାଧୀନ ଓ ଦାୟିତ୍ୱସମ୍ପନ୍ନ ପ୍ରେସର ଲକ୍ଷ୍ୟ ହାସଲ ପାଇଁ ମିଡିଆ ହାଉସର ସେଲଫ- ସେନ୍ସରିସପି ଉଦ୍ଦେଶ୍ୟରେ ୧୯୬୬ ମସିହା, ଜୁଲାଇ ୪ ତାରିଖରେ ସମ୍ବିଧାନ ଦ୍ୱାରା ପ୍ରତିଷ୍ଠ ହୋଇଥିଲା ପ୍ରେସ ପରିଷଦ । ତେବେ ଏହାର କାର୍ଯ୍ୟକାରିତା ପାଇଁ ଆଉ ୪ ମାସ ସମୟ ଲାଗିଥିଲା । ୧୯୬୬ ମସିହା, ନଭେମ୍ବର ୧୬ରେ ଏହା ପୂର୍ଣ୍ଣ କାଯ୍ୟକାରୀ ହେଲା ୨ ସେବେଠାରୁ ପ୍ରତି ବର୍ଷ ଆଜିର ଦିନକୁ ଜାତୀୟ ପ୍ରେସ ଦିବସ ଭାବେ ପାଳନ କରାଯାଏ ।