ଆଜି କାର୍ତ୍ତିକ ସୋମବାର; ବାବା ଧବଳେଶ୍ୱରଙ୍କ ପୀଠରେ ଭିଡ

0

କଟକ(ଆମ ଟିଭି): କାର୍ତ୍ତିକ ମାସକୁ ଧର୍ମ ମାସ ବୋଲି କୁହଯାଏ । ଆଜି କାର୍ତ୍ତିକ ମାସର ତୃତୀୟ ସୋମବାର । ବିଶ୍ୱାସ ରହିଛି କାର୍ତ୍ତିକ ମାସ ସୋମବାରରେ ମହାଦେବଙ୍କ ଦର୍ଶନ କଲେ ପୂର୍ଣ୍ଣ୍ୟ ମିଳିବା ସହ ମାନସିକ ଶାନ୍ତି ମିଳିଥାଏ । ସେଥିପାଇଁ ଆଜି ସକାଳୁ ଚଳଚଞ୍ଚଳ ବାବା ଧବଳେଶ୍ୱରଙ୍କ ପୀଠ। ତେଣୁ ସକାଳୁ ସକାଳୁ ଧବଳେଶ୍ୱର ପୀଠରେ ଲୋକଙ୍କ ପ୍ରବଳ ଗହଳି ଦେଖିବାକୁ ମିଳିଛି ।

ରାତି ୪ଟାରୁ ପହଡ ଖୋଲାଯାଇ ୧୦୮ ଗରା କଳସରେ ସ୍ନାନ କରାଯାଇ ମଙ୍ଗଳ ଆଳତି କରାଯାଉଛି । ଶ୍ରଦ୍ଧାଳୁମାନେ ନୁଆ କଂକ୍ରିଟ ସେତୁରେ ଆସି ଧବଳେଶ୍ୱରଙ୍କ ଦର୍ଶନ କରିଛନ୍ତି । ବହୁ ଦୂରରୁ ଲୋକେ ଏଠାକୁ ବାବାଙ୍କ ଦର୍ଶନ ପାଇଁ ଆସିଛନ୍ତି । ବାବାଙ୍କୁ ପୂଜାର୍ଚ୍ଚନା କରିବା ସହ ବାବାଙ୍କ ଶ୍ରଦ୍ଧାଳୁମାନେ ଆଶୀର୍ବାଦ ନେଇଛନ୍ତି ।

Leave A Reply

Your email address will not be published.