ଭୁବନେଶ୍ୱର (ଆମ ଟିଭି): ଆଜି ପଶ୍ଚିମ ଓଡ଼ିଶାବାସୀଙ୍କ ପାଇଁ ଖୁସିର ଦିନ । କାରଣ ଆଜି ପଶ୍ଚିମ ଓଡ଼ିଶା ପାଳୁଛି ସମ୍ବଲପୁରୀ ଦିନ୍ । ଭାଷା ସାହିତ୍ୟର ପୁରୋଧା ସତ୍ୟନାରାୟଣ ବୋହିଦାରଙ୍କ ଜନ୍ମଦିନକୁ ସମ୍ବଲପୁରୀ ଦିନ ଭାବରେ ପାଳନ କରୁଛନ୍ତି ପଶ୍ଚିମ ଓଡ଼ିଶାବାସୀ । ସମ୍ବଲପୁରୀ ପୋଷାକ ସହ ଜମୁଛି ନାଚ ଗୀତର ଆସର । ଆଜି ଦିନରେ ସମ୍ବଲପୁରୀ ଖାଇବା ସାଙ୍ଗକୁ ନୃତ୍ୟ ଗୀତରେ ବିଭୋର ହୁଅନ୍ତି ସାରା ପଶ୍ଚିମ ଓଡ଼ିଶାବାସୀ ।
ବିଭିନ୍ନ ସଂଗଠନ ଏହାକୁ ବିଭିନ୍ନ ଜିଲ୍ଲାରେ ପାଳନ କରିଆସୁଛନ୍ତି । ସମ୍ବଲପୁରୀ ଭାଷାର ସଂସ୍କୃତିର ପ୍ରଚାର ହିଁ ଏହାର ଏକମାତ୍ର ଲକ୍ଷ୍ୟ । ସେପଟେ, ଏ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ୱିଟ୍ କରି ଶୁଭେଚ୍ଛା ଜଣାଇଛନ୍ତି । ଇଥିର୍ ଉଧେ ବିଶିଷ୍ଟ ସାହିତ୍ୟିକ୍ ଗୁରୁ ସତ୍ୟନାରାୟଣ ବହିଦାରଙ୍କୁ ମୋର ସମ୍ମାନ୍ ଆଉ ଶ୍ରଦ୍ଧାଞ୍ଜଳି ଜନଉଛେଁ ।