ଆଜି ପଶ୍ଚିମ ଓଡିଶାର କୃଷିଭିତ୍ତିକ ଗଣପର୍ବ ନୂଆଁଖାଇ, ଇଷ୍ଟଦେବୀଙ୍କ ପାଖରେ ଲାଗିହେବ ନବାର୍ଣ୍ଣ ଭୋଗ

0

ଭୁବନେଶ୍ୱର(ଆମ ଟିଭି): ଆଜି ପଶ୍ଚିମ ଓଡିଶାର ଆଜି କୃଷିଭିତ୍ତିକ ଗଣପର୍ବ ନୂଆଁଖାଇ । ଏଥିପାଇଁ ପଲ୍ଲୀଠୁ ଆରମ୍ଭ କରି ସହର ଯାଏଁ ସବୁଠି ଚଳଚଞ୍ଚଳ । ନିଜ ଇଷ୍ଟଦେବୀଙ୍କ ପାଖରେ ନବାର୍ଣ୍ଣ ଭୋଗ ଲଗାଇବା ସହ ପରିବାରର ସମସ୍ତେ ଏକାଠି ହୋଇ ନୂଆଁଖାଇ ପାଳନ କରନ୍ତି । ଗଣପର୍ବ ପାଇଁ ପଶ୍ଚିମ ଓଡିଶା ଚଳଚଞ୍ଜଳ ହୋଇଥିବା ବେଳେ ସବୁଆଡେ ଜୋରସୋର ପ୍ରସ୍ତୁତି ଚାଲିଛି । ନିୟମାନୁସାରେ ଇଷ୍ଟଦେବୀଙ୍କ ପାଖରେ ବର୍ଷର ପ୍ରଥମ ଅମଳ ଧାନକୁ ଭୋଗ ଲଗାଇ ପରିବାରର ସମସ୍ତେ ଏକାଠି ବସି ନୂଆଁଖାଇବାର ପରମ୍ପରା ରହିଥିବା ବେଳେ ବିଭିନ୍ନ ମନ୍ଦିର ଗୁଡିକରେ ମଧ୍ୟ ବ୍ୟାପକ ପ୍ରସ୍ତୁତି କରାଯାଇଛି ।

ଚଳିତ ବର୍ଷ ମା ସମଲେଶ୍ବରୀଙ୍କ ରାଶି ନକ୍ଷତ୍ର ଅନୁଯାୟୀ ସକାଳ 10.56ରୁ 11.10 ମଧ୍ୟରେ ନବାନ୍ନ ଲାଗିହେବ। ପରେ ସମସ୍ତେ ନବାନ୍ନ ଗ୍ରହଣ କରିବେ । ଏନେଇ ପଶ୍ଚିମ ଓଡିଶାର ଘରେ ଘରେ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଆବାଳ ବୃଦ୍ଧ ବନିତା ସମସ୍ତେ ନିଜ ନିଜ ଘରେ ନୂଆଁଖାଇ ପ୍ରସ୍ତୁତିରେ ବ୍ୟସ୍ତ ରହିଥିବା ଦେଖିବାକୁ ମିଳିଛି । ମାଟି କାନ୍ଥ ଲିପିବା ସହ ଘରଦ୍ୱାର ପରିଷ୍କାର କରିବାରେ ଲାଗିପଡିଛନ୍ତି ସଭିଏଁ । ସେହିପରି ବଜାରରେ ନୂଆଁଖାଇ ଲାଗି ବିଭିନ୍ନ ରକମର ମାଟି ହାଣ୍ଡି, ଡାଲା ଭୁଗଲି ମିଳୁଛି । ତେବେ ନୂଆଁଖାଇ ପୂର୍ବରୁ ମଣ୍ଡା ପିଠା କରିବା ପାଇଁ ଅନେକ ମହିଳାମାନେ ଚାଉଳକୁ ଢେଙ୍କି ମାଧ୍ୟମରେ କୁଟି ପ୍ରସ୍ତୁତି ବି ଆରମ୍ଭ କରିସାରିଲେଣି । ନୂଆଖାଇ ପର୍ବ ପାଇଁ ପ୍ରସ୍ତୁତି ଜୋରସୋରରେ ଚାଲିଥିବାବେଳେ ଢୋଲ, ନିଶାନର ତାଳେ ତାଳେ ଝୁମି ଉଠିବେ ଗାଁରୁ ସହରବାସୀ । 

Leave A Reply

Your email address will not be published.