ପୁରୀ(ଆମ ଟିଭି): ଆଜି ବସନ୍ତ ପଂଚମୀ । ଶିକ୍ଷାନୁଷ୍ଠାନ ସମେତ ବିଭିନ୍ନ ସ୍ଥାନରେ ବିଦ୍ୟାଦାତ୍ରୀ ମା’ ସରସ୍ୱତୀଙ୍କୁ କରାଯାଉଛି ଆବାହନ । ପବିତ୍ର ଶ୍ରୀପଞ୍ଚମୀରେ ଆଜି ହେବ ରଥକାଠ ଅନୁକୂଳ ହେବ ।
ତିନି ରଥ ପାଇଁ ତିନୋଟି ୧୨ ଫୁଟିଆ ଧଉରା କାଠକୁ ପୁଷ୍ପମାଲ୍ୟ ଦେଇ କରାଯିବ ପୂଜାର୍ଚ୍ଚନା । ଅପରାହ୍ନରେ ରୀତିନୀତି ସମ୍ପନ୍ନ ହେବ । ରାଜନଅର ପକ୍ଷରୁ ଶୌତ୍ରିୟ ବ୍ରାହ୍ମଣ ଏହି ପୂଜାର୍ଚ୍ଚନା କରିବେ ।