ଆଜି ରାମନାଥ କୋବିନ୍ଦଙ୍କ ଅଧ୍ୟକ୍ଷତାରେ ବସିବ ପ୍ରଥମ ଏକ ଦେଶ ଏକ ନିର୍ବାଚନ ବୈଠକ

0

ଗୋଟିଏ ଦେଶ, ଗୋଟିଏ ନିର୍ବାଚନ’ର ଆଜି ବସିବ ପ୍ରଥମ ବୈଠକା ସାରା ଦେଶରେ ଏକକ ନିର୍ବାଚନ କରିବାକୁ ନେଇ ଆଜି ବିଧିବଦ୍ଧ ଭାବେ ପ୍ରଥମ ବୈଠକ ବସିବ । ପୂର୍ବତନ ରାଷ୍ଟ୍ରପତି ତଥା ଏକକ ନିର୍ବାଚନ ପାଇଁ ଗଠନ ହୋଇଥିବା କମିଟିର ଅଧ୍ୟକ୍ଷ ରାମନାଥ କୋବିନ୍ଦଙ୍କ ଅଧ୍ୟକ୍ଷତାରେ ଏହି ଆଲୋଚନା ହେବ ।

ଗୋଟିଏ ଥରରେ ଲୋକସଭା ଓ ସବୁ ରାଜ୍ୟର ବିଧାନସଭା ନିର୍ବାଚନ କରାଇବାକୁ ଚେଷ୍ଟା କରୁଛନ୍ତି କେନ୍ଦ୍ର ସରକାର। ଏହାକୁ କେମିତି କାର୍ଯ୍ୟକାରୀ କରାଯିବ, ସେ ଦିଗରେ ବିଚାର କରିବାକୁ ଏହି ବୈଠକରେ ହେବ ଆଲୋଚନା ।

‘ଗୋଟିଏ ଦେଶ, ଗୋଟିଏ ନିର୍ବାଚନ’ ପାଇଁ କେନ୍ଦ୍ର ସରକାର ୮ ଜଣିଆ କମିଟି ଗଠନ କରିଛନ୍ତି। ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦ କମିଟିର ଅଧ୍ୟକ୍ଷ, ଗୃହ ମନ୍ତ୍ରୀ ଅମିତ ଶାହ, କଂଗ୍ରେସ ନେତା ଅଧୀର ଚୌଧୁରୀ, ଗୁଲାମନବୀ ଆଜାଦ, ଏନ୍ କେ ସିଂହ, ସୁଭାଷ କାଶ୍ୟପ, ହରିଶ ସାଲଭେ ଏବଂ ସଂଜୟ କୋଠାରୀ ସଦସ୍ୟ ରହିଛନ୍ତି।

ସେହିପରି ଆଇନ ମନ୍ତ୍ରୀ ଅର୍ଜ୍ଜୁନରାମ ମେଘୱାଲ କମିଟିର ସ୍ୱତନ୍ତ୍ର ଆମନ୍ତ୍ରିତ ସଦସ୍ୟ, କେନ୍ଦ୍ର ଆଇନ ବ୍ୟାପାର ସଚିବ ନିତେନ ଚନ୍ଦ୍ର କମିଟିର ସଚିବ ନିଯୁକ୍ତ ହୋଇଛନ୍ତି।

Leave A Reply

Your email address will not be published.