ଆଜି ଚଳିତ ବର୍ଷର ଶେଷ ଚନ୍ଦ୍ରଗ୍ରହଣ: ଜାଣନ୍ତୁ କେମିତି ହେବ ରୀତିନୀତି?

0

ଭୁବନେଶ୍ୱର (ଆମ ଟିଭି): ସୂର୍ଯ୍ୟପରାଗ ପରେ ଆଜି ହେଉଛି ଚଳିତ ବର୍ଷର ଶେଷ ଚନ୍ଦ୍ରଗହଣ । ଗ୍ରହଣ ଲାଗୁଥିବାରୁ ଅନେକ ରୀତିନୀତି ରହିଛି । ହିନ୍ଦୁ ପରମ୍ପରା ଅନୁଯାୟୀ ଭୋର ୫ଟା ୫୪ରୁ ପାକତ୍ୟାଗ ସହ ଦେବନୀତି ବନ୍ଦ ରହିଛି । ଅପରାହ୍ଣ ୨ଟା ୩୮ରୁ ଗ୍ରହଣ ସ୍ପର୍ଶ ଓ ୬ଟା ୧୯ରେ ସର୍ବମୋକ୍ଷ ହେବ । କାର୍ତ୍ତିକ ପୂର୍ଣ୍ଣିମା ଥିବାରୁ ରାତି ୨ଟାରୁ ଭୋର ୫ଟା ୩୮ ମିନିଟ ଯାଏଁ ଡଙ୍ଗା ଭସାଇ ପାରିବେ ଶ୍ରଦ୍ଧାଳୁ । ଗ୍ରହଣ ଯୋଗୁଁ ସୋମବାର ସାରାରାତି ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି ଚାଲିଥିଲା ।

ଗ୍ରହଣ ନୀତିକୁ ଦୃଷ୍ଟିରେ ରଖି ଆଜି ସକାଳ ୬ଟା ପର୍ୟ୍ୟନ୍ତ ଶ୍ରୀମନ୍ଦିରରେ ସାଧାରଣ ଦର୍ଶନ ବନ୍ଦ ରହିଛି । ତେବେ ଅପରାହ୍ଣ ୨ଟା ୩୮ ପର୍ୟ୍ୟନ୍ତ ସୁନାବେଶ ଦର୍ଶନ କରିପାରିବେ ଶ୍ରଦ୍ଧାଳୁ । କାର୍ତ୍ତିକ ପୂର୍ଣ୍ଣମୀରେ ଡଙ୍ଗା ଭସା ଥିବାରୁ କେତେବେଳେ ଡଙ୍ଗା ଭସାଇବେ, ତାକୁ ନେଇ ଶ୍ରଦ୍ଧାଳୁ ସାମାନ୍ୟ ଚିନ୍ତାରେ ଥିଲେ । କିନ୍ତୁ ଡଙ୍ଗା ଭସାଇବା ପାଇଁ ସମୟ ସ୍ଥିର କରାଯାଇଥିଲା । ରାତି ୨ଟାରୁ ଭୋର ୫ଟା ୩୮ ଯାଏଁ ଶ୍ରଦ୍ଧାଳୁଙ୍କୁ ଡଙ୍ଗା ଭସାଇବା ପାଇଁ କୁହାଯାଇଥିଲା ।

 

Leave A Reply

Your email address will not be published.