କଟକ(ଆମ ଟିଭି): ଆଜି ହକି ବିଶ୍ୱକପର ଉଦଘାଟନୀ ସମାରୋହ । ଏହାକୁ ନେଇ କମିଶନରେଟ ପୋଲିସର ବ୍ୟାପକ ପ୍ରସ୍ତୁତି । ଭୁବନେଶ୍ୱର ସୁରକ୍ଷା ବ୍ୟବସ୍ଥାରେ ୧୬ ପ୍ଲାଟୁନ ପୋଲିସ୍ ଫୋର୍ସ ମୁତୟନ ରହିବେ । ବିଭିନ୍ନ ପଏଂଟରେ ୮ ଶହ ସିସିଟିଭି କ୍ୟାମେରା ଲଗାଯାଇଛି । ପରିଚାଳନା ଦାୟିତ୍ୱରେ ରହିବେ ଅତିରିକ୍ତ ଡିସିପି ଓ ବିଭିନ୍ନ ଅଫିସର ।
ଟ୍ରାଫିକ ମୁଭମେଣ୍ଟକୁ ବ୍ୟବସ୍ଥିତ କରିବା ପାଇଁ ପାର୍କିଂ ଉପରେ ଗୁରୁତ୍ୱ ଦିଆଯାଇଛି । ୧୦ଟି ନୂଆ ଏଡ୍-ପୋଷ୍ଟ କରାଯାଇଛି । ୧୬ଟି ହେଲ୍ପ ଡେସ୍କ ଖୋଲାଯାଇଛି । ଗ୍ରାଫିକ୍ସ ମାଧ୍ୟମରେ ଟ୍ରାଫିକ ରୁଟ୍ ଚାର୍ଟ ଜଣାଇବ ପୋଲିସ୍ । ଉଦଘାଟନ ଉତ୍ସବ ପୂର୍ବରୁ ଖୋର୍ଦ୍ଧାରୁ କଟକ ଓ କଟକରୁ ଭୁବନେଶ୍ୱର ଭାରିଯାନ ଚଳାଚଳ ବନ୍ଦ କରାଯିବ । ଟ୍ରାଫିକ ନିୟନ୍ତ୍ରଣରେ ପୋଲିସ୍ ମିତ୍ର, ସ୍ୱେଛାସେବୀ ଓ କିଛି ଏନଜିଓଙ୍କ ସହଯୋଗ ନେବ ପୋଲିସ୍ ।