ଆଜି ଶ୍ରୀମନ୍ଦିର ରତ୍ନ ଗଣତି

0

୪୮ ବର୍ଷ ପରେ ଆଜି ଖୋଲିବ ରତ୍ନଭଣ୍ଡାର । ମହାପ୍ରଭୁଙ୍କ ଦୁର୍ମୂଲ୍ୟ ରତ୍ନ ଅଳଙ୍କାର ଚିହ୍ନଟ ହେବ। ଜଗନ୍ନାଥପ୍ରେମୀଙ୍କ ୪ ଦଶନ୍ଧିରୁ ଅଧିକ ସମୟ ଧରି ରହିଥିବା ସଂଶୟ ଦୂର ହେବ। ଗଣତିମଣତି ସହ ୪୮ ବର୍ଷ ତଳର ପୂର୍ବ ତାଲିକା ସହ ମେଳକ ହେବ। ଏଥିପାଇଁ ରାଜ୍ୟ ସରକାରଙ୍କ ମାର୍ଗଦର୍ଶିକା ପ୍ରସ୍ତୁତ ହୋଇସାରିଛି। ଆଜି ଚୈତ୍ର ଶୁକ୍ଳ ସପ୍ତମୀ ତିଥି ଅବସରରେ ରତ୍ନଭଣ୍ଡାରର ଅଳଙ୍କାର ଗଣତି ହେବ । ଏହି ଶୁଭ କାର୍ଯ୍ୟ ପାଇଁ ମଧ୍ୟାହ୍ନ ୧୨ଟା ୦୯ରୁ ଅପରାହ୍ନ ୧ଟା ୪୫ ପର୍ଯ୍ୟନ୍ତ ମାହେନ୍ଦ୍ର ବେଳା ଧାର୍ଯ୍ୟ କରାଯାଇଛି । କଡ଼ା ସୁରକ୍ଷା ବଳୟ ଓ ସମ୍ପୂର୍ଣ୍ଣ ସ୍ୱଚ୍ଛତା ମଧ୍ୟରେ ଏହି ପ୍ରକ୍ରିୟା ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି । ଏଥିପାଇଁ ୩ଡି ମ୍ୟାପିଂ, ଭିଡିଓଗ୍ରାଫି ଓ ଫଟୋଗ୍ରାଫିର ମଧ୍ୟ ସହାୟତା ନିଆଯିବ। ଗଣତି ପାଇଁ ଦୁଇଟି ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇଛି । ପ୍ରଥମଟି ହେଉଛି ସୁପରଭାଇଜିଂ ଟିମ୍ ଏବଂ ଦ୍ୱିତୀୟଟି ହ୍ୟାଣ୍ଡେଲିଂ ଟିମ୍। ଏହି ଟିମ୍‌ରେ ରହିବେ ଶ୍ରୀମନ୍ଦିର ପ୍ରଶାସକଙ୍କ ସମେତ ପାଟ୍ଟଯୋଶୀ ମହାପାତ୍ର, ଭଣ୍ଡାର ମେକାପ, ତଢ଼ଉକରଣ, ଦେଉଳକରଣ, ସ୍ୱର୍ଣ୍ଣକାର ଓ ରତ୍ନବିଜ୍ଞାନୀ। ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆର ଜଣେ ଅଧିକାରୀ ମଧ୍ୟ ଉପସ୍ଥିତ ରହିବେ ।

Leave A Reply

Your email address will not be published.