ଭୁବନେଶ୍ୱର (ଆମ ଟିଭି): ଆଗକୁ ଆସୁଛି ୨୦୨୪ ସାଧାରଣ ନିର୍ବାଚନ । ଏହାକୁ ଦୃଷ୍ଟିରେ ରଖି ସବୁ ରାଜନୈତିକ ଦ ସେମାନଙ୍କୁ ପ୍ରସ୍ତୁତିରେ ଲାଗିଛନ୍ତି । ଏହାରି ଭିତରେ ବିଜେପି ମଧ୍ୟ ପଛରେ ପଡ଼ିନାହିଁ । ଆଜିଠୁ ରାଜ୍ୟ ବିଜେପିର ଦୁଇଦିନିଆ କାର୍ୟ୍ୟକାରିଣୀ ବୈଠକ ଅନୁଷ୍ଠିତ ହେବ । ପ୍ରଥମ ଦିନରେ ରାଜ୍ୟ କାର୍ୟ୍ୟାଳୟରେ ରାଜ୍ୟ ଓ ରାଷ୍ଟ୍ରୀୟ ପଦାଧିକାରୀ, ଜିଲ୍ଲା ସଭାପତି ଓ ପ୍ରଭାରୀଙ୍କ ବୈଠକ ଅନୁଷ୍ଠିତ ହେବ । ଦ୍ୱିତୀୟ ଦିନ ଚନ୍ଦ୍ରଶେଖରପୁରର ଏକ ହୋଟେଲରେ ପୂର୍ଣ୍ଣାଙ୍ଗ କାର୍ୟ୍ୟକାରିଣୀ ବସିବ ବୋଲି ଜଣାପଡ଼ିଛି ।
ଦଳର ରାଜ୍ୟ ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ , ରାଜ୍ୟର ସାଂପ୍ରତିକ ରାଜନୈତିକ ଓ ସାମାଜିକ ପ୍ରସଙ୍ଗକୁ ନେଇ ଆସନ୍ତା ୨୨ତାରିଖରେ ବିଜେପିର ରାଜ୍ୟ କାର୍ୟ୍ୟକାରିଣୀ ବୈଠକ ଅନୁଷ୍ଠିତ ହେବ । ଏହାପୂର୍ବରୁ ୨୧ତାରିଖ ଅପରାହ୍ନ ଗୁରୁତ୍ୱପୂର୍ଣ୍ଣ ରାଜ୍ୟ ପଦାଧିକାରୀ, ଜିଲ୍ଲା ସଭାପତି ଓ ପ୍ରଭାରୀ ବୈଠକ ରାଜ୍ୟ କାର୍ୟ୍ୟାଳୟ ଠାରେ ଅନୁଷ୍ଠିତ ହେବ ।