ଆଜି ବିଶ୍ବ କର୍କଟ ଦିବସ : ଚଳିତ ବର୍ଷର ଥିମ ରହିଛି- ୟୁନାଇଟେଡ୍‌ ବାଏ ୟୁନିକ୍

0

ଭୁବେନଶ୍ବର (ଆମ ଟିଭି): ଆଜି ବିଶ୍ୱ କର୍କଟ ଦିବସ । ଫେବୃଆରୀ ୪ ତାରିଖକୁ ବିଶ୍ୱ କର୍କଟ ଦିବସ ରୂପେ ପାଳନ କରାଯାଏ । କର୍କଟ ରୋଗର ଭୟାବହତା ଓ ଏହାକୁ ନେଇ ଲୋକଙ୍କୁ ସଚେତନ କରାଇବା ହେଉଛି ଏହି ଦିବସର ମୂଳ ଲକ୍ଷ୍ୟ । ଖାଲି ସେତିକି ନୁହେଁ ଏନେଇ ଲୋକମାନେ କିପରି ସଚେତନ ହେବା ସହ ତମାଖୁ ଠାରୁ ଦୂରରେ ରହିପାରିବେ ସେନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ବିଭିନ୍ନ ରାଷ୍ଟ୍ର ମାନଙ୍କୁ ସଚେତନ କରିଆସୁଛି ।

୨୦୨୨-୨୩ ଓ ୨୦୨୪ ପାଇଁ  ଥିମ୍ ରହିଛି ‘କ୍ଲୋଜ୍ ଦି କେୟାର ଗ୍ୟାପ୍’ । ଆମେରିକାର ଜଣେ ବିଶେଷଜ୍ଞ ବିଶ୍ୱବାସୀଙ୍କୁ ପୂର୍ବରୁ ସଚେତନ କରିବା ସହ ଭାରତରେ କର୍କଟ ରୋଗୀଙ୍କ ସଂଖ୍ୟା ବଢ଼ିବା ନେଇ କହିଥିଲେ । ଲୋକମାନଙ୍କ ଜୀବନ ଶୈଳୀରେ ପରିବର୍ତ୍ତନ ହେଉଛି । ପ୍ୟାକେଟ ଖାଦ୍ୟ ଅଧିକ ଖାଉଥିବାରୁ ଲୋକମାନଙ୍କ ରୋଗ ପ୍ରତିଶେଧକ ଶକ୍ତି କ୍ରମଶଃ ହ୍ରାସ ପାଉଥିବା ବିଶେଷଜ୍ଞ କହିଥିଲେ ।

ଭାରତୀୟ ଲୋକ ମାନେ ତମାଖୁ ଓ ସିଗାରେଟ ସେବନରେ ନିୟନ୍ତ୍ରଣ ରଖୁନାହାନ୍ତି । ତେଣୁ କର୍କଟ ବଢ଼ିବାରେ ଲାଗୁଛି । ସେପଟେ  ଏନେଇ କଳାକାର ମାନେ ମଧ୍ୟ ସଚେତନ କରିଛନ୍ତି ତେବେ ଆମ ଭିତରେ ଏମିତି ଅନେକ ଲୋକ ଅଛନ୍ତି ଯେଉଁମାନେ କ୍ୟାନସରକୁ ବି ମାତ ଦେଇଛନ୍ତି। ବଲିଉଡ ଅଭିନେତ୍ରୀ ସୋନାଲି ବେନ୍ଦ୍ରେ, ହିନା ଖାନ, କ୍ରିକେଟର ୟୁବରାଜ ସିଂଙ୍କ ଭଳି ଅନେକ ବ୍ୟକ୍ତି କ୍ୟାନସରକୁ ହରାଇଛନ୍ତି ।  ଆଉ ଆଜି ବିଶ୍ବ କର୍କଟ ଦିବସ ଅବସରରେ ଅନ୍ୟମାନଙ୍କୁ ସଚେତନ କରୁଛନ୍ତି ଏମାନେ ।

ଖାଲି ଏତିକି ନୁହେଁ , ପୃଥିବୀରେ ସବୁଠୁ ଘାତକ ରୋଗ ଭାବେ କ୍ୟାନସର ଜଣାଯାଏ । ଆଜି ବି ଅନେକ ଲୋକ ଅଛନ୍ତି, ଯେଉଁମାନେ କ୍ୟାନସର ରୋଗୀଙ୍କ ଘୃଣ୍ୟ ଦୃଷ୍ଟିରେ ଦେଖନ୍ତି । ସମାଜରେ କର୍କଟ ରୋଗ ପ୍ରତି ଜନସଚେତନା ସୃଷ୍ଟି ପାଇଁ ଫେବୃଆରୀ ୪କୁ କର୍କଟ ଦିବସ ରୂପେ ପାଳନ କରାଯାଉଛି । ତେବେ କ୍ୟାନସର ଅନେକ ଲକ୍ଷଣ ହୋଇପାରେ, ଯେମିତିକି

Leave A Reply

Your email address will not be published.