ଆଜି ମାଘ ପୂର୍ଣ୍ଣିମା: ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ଶ୍ରୀଜଗନ୍ନାଥଙ୍କ ଗଜୋଦ୍ଧାରଣ ବେଶ

0

ପୁରୀ (ଆମ ଟିଭି): ଆଜି ମାଘ ପୂର୍ଣ୍ଣିମା । ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ଶ୍ରୀଜଗନ୍ନାଥଙ୍କ ଗଜୋଦ୍ଧାରଣ ବେଶ । ମହାପ୍ରଭୁ ଶ୍ରୀଜଗନ୍ନାଥ ଚତୁର୍ଭୁଜ ହୋଇ ଶଙ୍ଖ, ଚକ୍ର, ଗଦା ଓ ପଦ୍ମ ଧାରଣ କରିବେ । ଗରୁଡ ଉପରେ ବସିବା ଢଙ୍ଗିରେ ଲକ୍ଷ୍ମୀ ପ୍ରତିମାଙ୍କୁ କୋଳରେ ଧାରଣ କରିବେ । ଠାକୁରଙ୍କ ସମୀପରେ ଦୁଇଟି ହାତୀ ଶୁଣ୍ଢରେ ପଦ୍ମକଢ ଧରି ଦଣ୍ଡାୟମାନ ହୋଇଥିବେ । ଅପରାହ୍ନରେ ଠାକୁରଙ୍କ ଏହି ବେଶ ପ୍ରସ୍ତୁତି ହୋଇଥାଏ । ମଧ୍ୟାହ୍ନ ଧୂପ ପରେ ବେଶ ଆରମ୍ଭ ହେବ ।

ନୀତି ଅନୁସାରେ ବେଶ ପ୍ରସ୍ତୁତକାରୀ ସମସ୍ତ ବେଶ ଓ ଅଳଙ୍କାର ନେଇ ସିଂହାରୀ ସେବକଙ୍କୁ ଦେଇଥାନ୍ତି । ବେଶ ଶେଷ ହେବା ପରେ ସଂଧ୍ୟା ଧୂପରେ ଠାକୁରଙ୍କୁ ଖିରି ଓ ଅମ୍ବାଲୁ ଭୋଗ ଅର୍ପଣ କରାଯାଏ । ଶ୍ରୀବିଗ୍ରହଙ୍କ ଏହି ଦୁର୍ଲଭ ବେଶ ଦେଖିବା ପାଇଁ ଭକ୍ତଙ୍କ ପ୍ରବଳ ସମାଗମ ହୋଇଥାଏ ।

Leave A Reply

Your email address will not be published.