ଆଜି ମହାପ୍ରଭୁଙ୍କ ବନକଲାଗି ନୀତି: ୪ ଘଣ୍ଟା ସାଧାରଣ ଦର୍ଶନ ବନ୍ଦ

0

ପୁରୀ (ଆମ ଟିଭି): ଆଜି ମହାପ୍ରଭୁଙ୍କ ବନକଲାଗି ନୀତି । ଦେଢ ମାସ ବନ୍ଦ ରହିବା ପରେ ଆଜି ଅନୁଷ୍ଠିତ ହେବ ମହାପ୍ରଭୁଙ୍କ ଏହି ସ୍ୱତନ୍ତ୍ର ନୀତି। ଆଜି ଶ୍ରୀଜିଉଙ୍କ ବନକଲାଗି ନୀତି କରିବାକୁ ଚୂଡାନ୍ତ ହୋଇଛି । ଦ୍ୱିତୀୟ ଭୋଗ ମଣ୍ଡପ ପରେ ଏହି ନୀତି ଅନୁଷ୍ଠିତ ହେବ । ସେଇଥି ପାଇଁ ଆଜି ସନ୍ଧ୍ୟା ୫ଟାରୁ ରାତି ୯ଟା ଯାଏଁ ସାଧାରଣ ଦର୍ଶନ ବନ୍ଦ ରହିବ । ନୀଳାଦ୍ରୀ ବିଜେ ପରେ ବନଲାଗିକୁ ନେଇ ବିବାଦ ଦେଖା ଦେଇଥିଲା ।

ବୁଧବାର ବନକଲାଗି ହେବ କି ଗୁରୁବାର ଏହାକୁ ନେଇ ଶ୍ରୀମନ୍ଦିର ପ୍ରଶାସନ ଓ ଦତମହାପ୍ତର ସେବକଙ୍କ ମଧ୍ୟରେ ଅଡୁଆ ତୁଟୁନଥିଲା । ରଥଯାତ୍ରା ପରେ ପରେ ଦେଢମାସ ମହାପ୍ରଭୁଙ୍କ ବନକଲାଗି ଅଟକି ରହିଥିଲା । ଶେଷରେ ଅଗଷ୍ଟ ୨୮ରେ ହିଁ ବନକଲାଗି ହୋଇଥିଲା । ସେପ୍ଟେମ୍ବର ମାସରେ ଆଦୌ ବନକଲାଗି ହୋଇନଥିଲା ।

Leave A Reply

Your email address will not be published.