କଳାହାଣ୍ଡି(ଆମ ଟିଭି): ପଶ୍ଚିମ ଓଡ଼ିଶାରେ ଚାଲିଛି ନୂଆଁଖାଇ ଜୁହାର । ଆଜି କଳାହାଣ୍ଡିରେ ପାଳିତ ହେଉଛି ପଶ୍ଚିମଓଡ଼ିଶାର ଗଣପର୍ବ ନୂଆଁଖାଇ । କଳାହାଣ୍ଡି ଗଡଜାତ ଅଞ୍ଚଳରେ ରବିବାର ପାଳିତ ହେଉଛି ନୂଆଁଖାଇ । କଳାହାଣ୍ଡିର ଅଧିଷ୍ଠାତ୍ରୀ ଦେବୀ ମା ମାଣିକେଶ୍ୱରୀଙ୍କ ପୀଠରେ ନବାନ୍ନ ଲାଗି ହୋଇଛି । ଭବାନୀପାଟଣା, ଜୟପାଟଣା, ଲାଞ୍ଜିଗଡ଼, ଥୁଆମୂଳ ରାମପୁର, ମଦନପୁର ଆଦି ସମେତ ଅଞ୍ଚଳରେ ରବିବାର ପାଳନ ହେଉଛି ନୂଆଁଖାଇ ।
ଖବର ଅନୁଯାୟୀ, ସମଗ୍ର ପଶ୍ଚିମ ଓଡିଶାରେ ଗତ ୨୦ ତାରିଖରେ ନୂଆଁଖାଇ ପାଳିତ ହୋଇଥିବା ବେଳେ ରବିବାର ଦିନ କଳାହାଣ୍ଡି ଜିଲ୍ଲା ଗଡ଼ଜାତ ଅଞ୍ଚଳରେ ପାଳିତ ହେଉଛି ନୂଆଁଖାଇ । ପ୍ରତିବର୍ଷ ଦଶମୀ ତିଥିରେ କଳାହାଣ୍ଡି ଜିଲ୍ଲାର ଅଧିଷ୍ଟ୍ରାତି ଦେବୀ ମାଁ ମାଣିକେଶ୍ୱରୀ ପୀଠରେ ନବାନ୍ନ ଲାଗି ହୋଇଛି । ଦିନ ୧.୧୦ ଠାରୁ ୩.୩୦ ମଧ୍ୟରେ ସମସ୍ତଙ୍କ ଘରେ ଘରେ ନୁଆଁ ଧାନ, ନୁଆଁ ଚୁଡା, ପିଠା ପଣା ଭୋଗ ଦେଇ ଇଷ୍ଟ ଦେବାଦେବୀଙ୍କୁ ଅର୍ପଣ କରିବା ପରେ ସହପରିବାର ନବାନ୍ନ ଭକ୍ଷଣ କରାଯାଏ ।