ଆଜି ପହଞ୍ଚିବେ ପିଏମ୍ ମୋଦି ଓ ଅମିତ ଶାହ, ସୁରକ୍ଷା ବଳୟରେ ରାଜଧାନୀ
ଆଜିଠୁ ଭୁବନେଶ୍ୱରରେ ଆୟୋଜିତ ହେବାକୁ ଯାଉଛି ସର୍ବଭାରତୀୟ ଡିଜିପି ସମ୍ମିଳନୀ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ଗୃହମନ୍ତ୍ରୀ ଅମିତ ଶାହ ବି ଏହି ସମ୍ମିଳନୀରେ ଯୋଗ ଦେବେ। ସେଥିନିମନ୍ତେ ଆଜିଠୁ ତିନି ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଗୃହମନ୍ତ୍ରୀ ଅମିତ ଶାହ ।
ଅପରାହ୍ନରେ ମୋଦି ଓ ଶାହ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବେ । ଏହାପରେ ବିମାନବନ୍ଦର ନିକଟରେ ଆୟୋଜିତ ଏକ ସଭାରେ ଉଦବୋଧନ ଦେବେ ମୋଦି । ସେଠାରୁ ସିଧାସଳଖ ରାଜଭବନ ଯିବେ । ସନ୍ଧ୍ୟାରେ ବିଜେପି ରାଜ୍ୟ କାର୍ଯ୍ୟାଳୟକୁ ଯିବେ । ସେଠାରେ ପ୍ରାୟ ୨ ଘଣ୍ଟା ରହିବେ। ଦଳର ବରିଷ୍ଠ ପଦାଧିକାରୀଙ୍କ ସମେତ ଜନପ୍ରତିନିଧିଙ୍କ ସହିତ କରିବେ ରୁଦ୍ଧଦ୍ୱାର ବୈଠକ। ଫୋକସରେ ରହିବ ସରକାର ଓ ସଂଗଠନ।
ନୂଆ କରି ସତ୍ତାକୁ ଆସିଥିବା ବିଜେପି ସରକାର କେମିତି ଚାଲିଛି ତାର ସମୀକ୍ଷା କରିବେ ଖୋଦ୍ ମୋଦି। ମନ୍ତ୍ରୀ, ସାଂସଦ ଓ ବିଧାୟକମାନଙ୍କ ଠାରୁ ରିପୋର୍ଟ କାର୍ଡ ନେବେ। ଆଗାମୀ ୨୫ ବର୍ଷ ଯାଏ ସତ୍ତାରେ ରହିବାକୁ ସଂଗଠନର ପ୍ରାଣ ପ୍ରତିଷ୍ଠା କରିବେ ପ୍ରଧାନମନ୍ତ୍ରୀ। ଚଳିତ ଥର କୋଟିଏ ସଭ୍ୟ ସଂଗ୍ରହ କରିବାକୁ ଟାର୍ଗେଟ୍ ଦିଆଯାଇଛି। ସେନେଇ ମଧ୍ୟ ଆଲୋଚନା କରିବେ।