ଭାଟିକାନରେ ନବୀନ, ଖ୍ରୀଷ୍ଟ ଧର୍ମଗୁରୁ ପୋପ ଫ୍ରାନସିସଙ୍କୁ ଭେଟିବେ ଆଜି

0

ଭୁବନେଶ୍ୱର(ଆମ ଟିଭି): ୧୦ ଦିନିଆ ବିଦେଶ ଗସ୍ତରେ ଅଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଗତକାଲି ଇଟାଲୀରେ ପହଂଚିଛନ୍ତି ନବୀନ । ତେବେ ଆଜି ଦେଶର ପ୍ରଥମ ମୁଖ୍ୟମନ୍ତ୍ରୀ ଭାବେ ନବୀନ ପଟ୍ଟନାୟେକ ଖ୍ରୀଷ୍ଟ ଧର୍ମଗୁରୁ ପୋପ୍ ଫ୍ରାନସିସଙ୍କୁ ଭେଟିବେ । ବିଶ୍ୱ ଜନସଂଖ୍ୟାର ପ୍ରାୟ ୬ ଭାଗରୁ ଭାଗେ ଲୋକଙ୍କ ଧର୍ମଗୁରୁ ପୋପ୍ ଫ୍ରାନସିସ ।

ମୁଖ୍ୟମନ୍ତ୍ରୀଙ୍କ ୟୁରୋପରେ ୫ ଦିନିଆ ରହଣୀ କାଳରେ ବହୁ ଗୁରୁତ୍ବପୂର୍ଣ୍ଣ କାର‌୍ୟ୍ୟକ୍ରମରେ ଯୋଗଦେବେ । ଖାଦ୍ୟ ସୁରକ୍ଷା ଏବଂ ବିପର‌୍ୟ୍ୟୟ ପରିଚାଳନାରେ ଓଡ଼ିଶା ହାସଲ କରିଥିବା ସଫଳତା ବାବଦରେ ମୁଖ୍ୟମନ୍ତ୍ରୀ ଜାତିସଂଘର ସ୍ବତନ୍ତ୍ର କାର‌୍ୟ୍ୟକ୍ରମରେ ଯୋଗଦେଇ ଉଦବୋଧନ ଦେବାର କାର‌୍ୟ୍ୟକ୍ରମ ରହିଛି ।

Leave A Reply

Your email address will not be published.